୩ ମାସର ବିଜୁଳି ଶୁଳ୍କ ଛାଡ ଓ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଦାବି

୩ ମାସର ବିଜୁଳି ଶୁଳ୍କ ଛାଡ ଓ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଦାବି

ଓଡିଶା ବଡ ଖବର
#୩ମାସର_ବିଜୁଳି_ଶୁଳ୍କ_ଛାଡ_ଓ_୨୦୦_ୟୁନିଟ_ଯାଏ_ମାଗଣା_ବିଜୁଳି_ଦାବି            ଭୁବନେଶ୍ୱର  : ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (O. E. R. C) ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବିଜୁଳି ଦର ଅପରିବର୍ତ୍ତିତ ରଖିଛନ୍ତି l ବିଭିନ୍ନ ବିଜୁଳି ଉତ୍ପାଦକ ଓ ବିତରଣ କମ୍ପାନୀମାନେ ଶୁଳ୍କ ବଢାଇବା ପାଇଁ ଯେଉଁ ଆବେଦନ କରିଥିଲେ ତାହାକୁ ଆୟୋଗ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି l କରୋନା ସଂକ୍ରମଣ ଦୂର ହେଲା ପରେ ବିଦ୍ୟୁତ ଶୁଳ୍କ ବୃଦ୍ଧିର ପ୍ରସ୍ତାବକୁ  ବିଚାରକୁ ନିଆଯାଇ ପାରେ ବୋଲି ଆୟୋଗ ଏକ ନିର୍ଦ୍ଦେଶନାମାରେ ପ୍ରକାଶ କରିଛନ୍ତି l ଓଡିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଏହି ରାୟ ଉପଭୋକ୍ତାଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି l ରାଜ୍ୟର ଛୟାନବେ   ଲକ୍ଷ  ବିଜୁଳି ଉପଭୋକ୍ତା,  କୁଟୀର ଓ କ୍ଷୁଦ୍ର ଶିଳ୍ପର ସ୍ୱାର୍ଥ ଦୃଷ୍ଟିରୁ ଚଳିତ ବର୍ଷ ମାର୍ଚ୍ଚ, ଏପ୍ରିଲ ଓ ମେ ମାସର ବିଜୁଳି ଶୁଳ୍କ ଛାଡ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ତଥା ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ରାଜ୍ୟ ଆବାହକ ରବି ବେହେରା ଦାବି କରିଛନ୍ତି l ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ୨୦୦  ୟୁନିଟ ପର୍ଯ୍ୟନ୍ତ  ଖାଉଟି ମାନଙ୍କୁ ମାଗଣାରେ ବିଜୁଳି ଦେବା ଓ ଗ୍ରାମାଞ୍ଚଳରେ ବିଜୁଳି କାଟ ବନ୍ଦ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି l