୩୫ ଦିନ ଧରି ବିପନ୍ନଙ୍କୁ ଦିଆଯାଉଛି ମଧ୍ୟାହ୍ନଭୋଜନ

୩୫ ଦିନ ଧରି ବିପନ୍ନଙ୍କୁ ଦିଆଯାଉଛି ମଧ୍ୟାହ୍ନଭୋଜନ

ଓଡିଶା କଟକ ଜିଲ୍ଲା

#୩୫_ଦିନ_ଧରି_ବିପନ୍ନଙ୍କୁ_ଦିଆଯାଉଛି_ମଧ୍ୟାହ୍ନଭୋଜନ           ବାଲିଚନ୍ଦ୍ରପୁର : ୩୫ଦିନ ହେଲା ପ୍ରତିଦିନ ମଧ୍ୟାହ୍ନରେ ଅସହାୟ ଓ ବିପନ୍ନମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । କରୋନା ବିପର୍ଯ୍ୟୟ ସମୟରେ ବିଭିନ୍ନ ରାସ୍ତାଘାଟ, ବସ୍ତି ଅଂଚଳ, ଜରାନିବାସ, ଅନାଥାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଅଂଚଳର ସାମାଜିକ ସେବା ସଂଗଠନ ଶପଥ ପକ୍ଷରୁ ନିରବଚ୍ଛିନ୍ନ ଭାବେ ସ୍ୱେଚ୍ଛାସେବୀମାନେ ନିଜେ ରାନ୍ଧି ସେମାନଙ୍କୁ ଖାଦ୍ୟ, ପାଣି ପ୍ୟାକେଟ ଏବଂ କେତେକ ସ୍ଥାନରେ ମାସ୍କ ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି । ଅନୁଷ୍ଠାନର ସଭାପତି ସତ୍ୟାନନ୍ଦ ମଲ୍ଲିକଙ୍କ ସହିତ ସମାଜସେବୀ ବୈକୁଣ୍ଠବିହାରୀ ଜେନା, ଆଡ଼୍ଭୋକେଟ ଆଲୋକ ଜେନା, ସୁଦୀପ ସାମଲ, ଜ୍ଞାନରଂଜନ ଦାସ, ବନନ୍ତ କୁମାର ଦାସ, ସ୍ମୃତିରଂଜନ ମହାନ୍ତି, ଭୂଦେବ ସେଠୀ, ନିଶିକାନ୍ତ ସେଠୀ, ଅଭୟ ସେଠୀ, ସୋ÷ମ୍ୟରଂଜନ ବାରିକ, ପ୍ରଶାନ୍ତ ବେହେରା, ବିଳାସ ବେହେରା, ରାକେଶ ବେହେରା ଓ ପବିତ୍ର ପରିଡ଼ା ପ୍ରମୁଖ ୨୦ରୁ ଊଦ୍ଧ୍ୱର୍ ସ୍ୱେଚ୍ଛାସେବୀ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏବଂ ସଟ୍ଡାଉନ ସମୟରେ ନିରନ୍ତର ଏହି ସେବା ଯୋଗାଇ ପ୍ରଶଂସାର ପାତ୍ର ହୋଇଛନ୍ତି । ବାଲିଚନ୍ଦ୍ରପୁର, ନଳୀପୁର, ବାଉଜଙ୍ଗ, ପତରାଜପୁର, ନାନପୁର, ସୋଲର-ଛତିଆ ଜରାଶ୍ରମ, ବଡ଼ଚଣା ଅନାଥାଶ୍ରମ, ଅରେଇକଣା, ଅକରପଡ଼ା, ସିପୁରା ସମେତ ବଡ଼ଚଣା, ଧର୍ମଶାଳା, ମାହାଙ୍ଗା ଅଂଚଳରେ ପ୍ରତ୍ୟହ ଦେଢ଼ଶହରୁ ଅଧିକ ଲୋକଙ୍କ ମୁଖରେ ଆହାର ଯୋଗାଇ ଆସୁଛନ୍ତି । ଚଣ୍ଡୀଖୋଲର ଚଣ୍ଡୀମନ୍ଦିର ଓ ମହାବିନାୟକ ମନ୍ଦିର ବନାଂଚଳରେ ରହୁଥିବା ମାଙ୍କଡ଼, ରାସ୍ତାଘାଟରେ ବୁଲୁଥିôବା ଗାଈଗୋରୁ, ବୁଲା କୁକୁର, ଦୂରଗାମୀ ଟ୍ରକଚାଳକ, ଅସହାୟ ଦିବ୍ୟାଙ୍ଗ ସମେତ ବହୁ ବିପନ୍ନ ଲୋକଙ୍କୁ ଏହି ଖାଦ୍ୟ ବଂଟନ କରାଯାଉଛି । ବିଭିନ୍ନ ବଦାନ୍ୟବ୍ୟକ୍ତିମାନେ ଏଥିପାଇଁ ସାହାଯ୍ୟ ଓ ସହାୟତା ଯୋଗାଇ ଦେଇ ଆସୁଛନ୍ତି । ଯୁବ ସ୍ୱେଚ୍ଛାସେବୀମାନଙ୍କର ଏହି ସେବାକାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି । ଯାଜପୁର ଜିଲ୍ଲାପାଳ, ବଡ଼ଚଣା ବିଡ଼ିଓ, ଦର୍ପଣ ତହସିଲଦାର, ଯାଜପୁର ରୋଡ଼୍ ଏସ୍.ଡି.ପି.ଓ. ଏବଂ ବାଲିଚନ୍ଦ୍ରପୁ ଥାନା ଆଇ.ଆଇ.ସି. ପ୍ରମୁଖ ଏହି ସେବାକାର୍ଯ୍ୟ ପରିଦର୍ଶନ କରି ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଛନ୍ତି ।