୩୦୦୦ ଏକର ଫସଲ ଖାଇଲା ପୋକ, ଜିଲ୍ାପାଳ ଙ୍କୁ ଭେଟିଲଏ ବିପନ୍ନ ଚାଷୀ

୩୦୦୦ ଏକର ଫସଲ ଖାଇଲା ପୋକ, ଜିଲ୍ଲାପାଳ ଙ୍କୁ ଭେଟିଲେ ବିପନ୍ନ ଚାଷୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#୩୦୦୦_ଏକର_ଫସଲ_ଖାଇଲା_ପୋକ,_ଜିଲ୍ଲାପାଳ_ଙ୍କୁ_ଭେଟିଲେ_ବିପନ୍ନ_ଚାଷୀ                କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ହାଟସାହି ଏବଂ ଖଣ୍ଡିଆହାଟ ଅଂଚଳର ଚାଷୀମାନେ ଶନିବାର ଜିଲ୍ଲାପାଳଙ୍କୁ ଭେଟି ଫସଲ ନଷ୍ଟ ସଂପର୍କରେ ଅବଗତ କରାଇଛନ୍ତି । ଏହି ଅଂଚଳରେ ହୋଇଥିବା ପ୍ରାୟ ୩୦୦୦ ଏକର ଡାଳୁଅ ଧାନ ଫସଲ ପୋକ ଲାଗି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଚାଷୀ ମାନେ ଅଭିଯୋଗ କରିଥିଲେ । ଅଜଣା ପୋକଙ୍କ ଯୋଗୁଁ ଏ ଅଂଚଳର ଚାଷୀ ମାନଙ୍କ ଧାନ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଥିବା ଓ ବର୍ଷକର ଆହାର ନଷ୍ଟ ହୋଇ ଯାଇଥିବା ଚାଷୀମାନେ ଅବଗତ କରାଇବା ସହ ପୋକ ଲଗା ଧାନଗଛ ନମୁନା ଜିଲ୍ଲାପାଳଙ୍କୁ ଦେଖାଇଥିବା ଜଣାପଡିଛି । କରୋନା କଟକଣା ରେ ଅସୁବିଧା ଭୋଗୁଥିବା ଚାଷୀମାନଙ୍କୁ କ୍ଷତିପୂରଣ ଓ ବିକଳ୍ପ ବ୍ୟବସ୍ଥା ପାଇଁ ଜିଲ୍ଲା କୃଷି ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ଠାରେ ଦାବି କରିଥିଲେ । କରୋନା କଟକଣାରେ କାମ ଧନ୍ଦା ନଥିବା ବେଳେ ଧାନ ଫସଲ ନଷ୍ଟ ହୋଇଯିବାରୁ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଦୋହଲି ଯାଇଥିବାରୁ ଆର୍ଥିକ କ୍ଷତି ପୂରଣ ଦାବି କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଏ ବିଷୟରେ ତଦନ୍ତ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହି ଅଭିଯୋଗ ସମୟରେ ଚାଷୀ ବିମଳ ରାଉତ, ରଞ୍ଜିତ ପଟ୍ଟନାୟକ, କାନନ ବିଶ୍ୱାଳ, ଅଭୟ ବେଉରିଆ, ଶିବ ପ୍ରସାଦ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ପଦକ୍ଷେପ ନେବାକୁ ଦାବି କରିଛନ୍ତି ।