#୧୮_ଜିଲ୍ଲାକୁ_ୟେଲୋ_ୱାର୍ଣ୍ଣିଂ_ଜାରି_କଲା_ପାଣିପାଗ_ବିଭାଗ 

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଓଡିଶା ବଡ ଖବର

#୧୮_ଜିଲ୍ଲାକୁ_ୟେଲୋ_ୱାର୍ଣ୍ଣିଂ_ଜାରି_କଲା_ପାଣିପାଗ_ବିଭାଗ         ଭୁବନେଶ୍ୱର    : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି , ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ।କନ୍ଦୁଝର , ମୟୁରଭଞ୍ଜ , ସୁନ୍ଦରଗଡ,ବାଲେଶ୍ୱର,ଭଦ୍ରକ,ଯାଜପୁର,କଟକ, ଦେବଗଡ,ସମ୍ବଲପୁର,ଝାରସୁଗୁଡା, ସୁବର୍ଣ୍ଣପୁର, ବୌଦ୍ଧ,କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ,ବରଗଡ, ନୟାଗଡ ଓ ବଲାଙ୍ଗୀର । ଆସନ୍ତା ୨୪ ଘଂଟା ମଧ୍ୟରେ ଏହି ସବୁ ଜିଲ୍ଲାଗୁଡିକରେ ଘଡଘଡି ବିଜୁଳି ସହ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।