୧୫ ଜିଲ୍ଲାର ୧୪୦ କରୋନା ଆକ୍ରାନ୍ତ ସୁସ୍ଥ

୧୫ ଜିଲ୍ଲାର ୧୪୦ କରୋନା ଆକ୍ରାନ୍ତ ସୁସ୍ଥ

ଓଡିଶା ବଡ ଖବର

#୧୫_ଜିଲ୍ଲାର_୧୪୦_କରୋନା_ଆକ୍ରାନ୍ତ_ସୁସ୍ଥ            ଭୁବନେଶ୍ୱର  :  ରାଜ୍ୟରେ ମଙ୍ଗଳବାର ଦିନ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୫ ଟି ଜିଲ୍ଲାର ଏହି ୧୪୦ ଜଣ ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ବର୍ତମାନ ୨୧୩୩ଜଣ ବ୍ୟକ୍ତି କରୋନା ମୁକ୍ତ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମଙ୍ଗଳବାର ସୁସ୍ଥ ହୋଇଥିବା ୧୪୦ ଜଣଙ୍କ ମଧ୍ୟରେ କଟକରୁ ୨୪ଜଣ, ଗଞ୍ଜାମରୁ ୨୨ଜଣ, ନୂଆପଡାରୁ ୨୧ଜଣ, ଯାଜପୁରରୁ ୧୧ଜଣ, ଖୋର୍ଦ୍ଧାରୁ ୧୧ଜଣ, ଜଗତସିଂହପୁରରୁ ୧୧ଜଣ, ସୁନ୍ଦରଗଡରୁ ୮ଜଣ, ବଲାଙ୍ଗୀର ଓ ଭଦ୍ରକରୁ ୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ ୫ଜଣ ସୁସ୍ଥ ହୋଇଥିବା ବେଳେ ବରଗଡ଼, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ଏବଂ ବାଲେଶ୍ୱର ଓ ପୁରୀରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତଙ୍କର ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଛି ।

ଅପରପକ୍ଷରେ ମଙ୍ଗଳବାର ସକାଳେ ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୧୪୦ କୁ ବୃଦ୍ଧି ପାଇଛି । ବର୍ତମାନ ୯୯୮ଟି ସକ୍ରିୟ ମାମଲା ରହିଛି । ଏହା ସହ ୯ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।  :