୧୫ ଜିଲ୍ଲାରୁ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

୧୫ ଜିଲ୍ଲାରୁ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#୧୫_ଜିଲ୍ଲାରୁ_ସୁସ୍ଥ_ହେଲେ_୯୯_କରୋନା_ଆକ୍ରାନ୍ତ         ଭୁବନେଶ୍ୱର   : ରାଜ୍ୟରେ ସୋମବାର ଦିନ ଆଉ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୫ ଜିଲ୍ଲାରୁ ୯୯ ଜଣ ସୁସ୍ଥ ହେବା ପରେ ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୯୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ୯୯ ଜଣ ସୁସ୍ଥଙ୍କ ମଧ୍ୟରୁ ଯାଜପୁରର ସର୍ବାଧିକ ୧୬ଜଣ ରହିଛନ୍ତି । ସେହିପରି ଖୋର୍ଦ୍ଧାର ୧୩ଜଣ, କେନ୍ଦ୍ରାପଡାର ୧୧ଜଣ, ଗଞ୍ଜାମର ୯ଜଣ, ଦେବଗଡର ୮ଜଣ, କଟକର ୭ଜଣ, ଜଗତସିଂହପୁରର ୭ଜଣ, ବାଲେଶ୍ୱରର ୬ଜଣ, ବରଗଡର ୬ଜଣ, ବଲାଙ୍ଗୀରର ୬ଜଣ, କେନ୍ଦୁଝରର ୪ଜଣ, ନୟାଗଡର ୩ଜଣ ଓ କୋରାପୁଟ, ସମ୍ବଲପୁର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ସୋମବାର ସକାଳେ ରାଜ୍ୟରେ୧୩୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି ।