୧୩ରୁ ଡିଗ୍ରୀ କଲେଜରେ ଅନଲାଇନ କ୍ଲାସ

୧୩ରୁ ଡିଗ୍ରୀ କଲେଜରେ ଅନଲାଇନ କ୍ଲାସ

ଓଡିଶା ବଡ ଖବର

#୧୩ରୁ_ଡିଗ୍ରୀ_କଲେଜରେ ଅନଲାଇନ କ୍ଲାସ        ଭୁୁବନେଶ୍ୱର  :   ଆଗାମୀ ୧୩ ତାରିଖ ଠାରୁ କଲେଜ ପିଲାଙ୍କର ଅନଲାଇନ କ୍ଲାସ ଆରମ୍ଭ ହେବ । ଏଥି ନେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ପିଲା ମାନେ ହ୍ୱାଟସ ଆପରେ ପଢିବେ । ମେଲରେ ଶିକ୍ଷକ ମାନେ ନୋଟସ ଦେବେ । ହ୍ୱାଟସ ଆପରେ ପିଲା ମାନଙ୍କର ଗ୍ରୁପ ହେବ । ପିଲା ମାନଙ୍କ ସର୍ବାଧ୍ଖଳ ୩୨ ଜଣ ପିଲା ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଅନଲାଇନ କ୍ଲାସରେ ଉପସ୍ଥାନ ସଂପୃକ୍ତ ଶିକ୍ଷକ ମାନେ ନେବେ । ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପିଲା ମାନଙ୍କ ପାଇଁ ୨ରୁ ୩ ଘଂଟା ଯାଏ ପଢା ହେବ । ସପ୍ତାହରେ ତିନି ଦିନ କ୍ଲାସ ହେବ । ଗୁଗଲ ମିଟ, ଜୁମ ଓ ସ୍କାଇପ ଜରିଆରେ ଅନଲାଇନ ପାଠପଢା ହେବ ।