ବିନା ଲକ୍ଷଣରେ ମଧ୍ୟ ଦେହରେ କରୋନା ଭୂତାଣୁ ରହିପାରୁଛି

ବିନା ଲକ୍ଷଣରେ ମଧ୍ୟ ଦେହରେ କରୋନା ଭୂତାଣୁ ରହିପାରୁଛି

ଓଡିଶା ବଡ ଖବର

#ବିନା_ଲକ୍ଷଣରେ_ମଧ୍ୟ_ଦେହରେ_କରୋନା_ଭୂତାଣୁ_ରହିପାରୁଛି           ଭୁବନେଶ୍ୱର   : ବିନା ଲକ୍ଷଣରେ ମଧ୍ୟ ଦେହରେ କରୋନା ଭୂତାଣୁ ରହିପାରୁଛି ବୋଲି ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଶନିବାର ଜନସାଧାରଣଙ୍କୁ ସୂଚନା ପ୍ରଦାନ କରି  କହିଛନ୍ତି। ସେ କହିଛନ୍ତି, ଓଡ଼ିଶା ପାଇଁ ଶୁଭ ସୂଚନା ହେଉଛି, ୧୦ଜଣ କୋଭିଡ୍‌-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ମୋଟ ୧୨ଜଣ ସୁସ୍ଥ ହୋଇଛନ୍ତି। ୩୭ଟି ଆକ୍ଟିଭ କେସ୍‌ ରହିଛି, ଯେଉଁଥିରୁ ୨ଜଣଙ୍କୁ ଡାକ୍ତରୀ ଚିକିତ୍ସା ଆବଶ୍ୟକ। ବାକି ସମସ୍ତଙ୍କୁ ସାଧାରଣ ଲକ୍ଷଣ ତଥା ଜ୍ୱର, କାଶ, ଥଣ୍ଡାର ଲକ୍ଷଣ ନାହିଁ। ହେଲେ ସେମାନଙ୍କୁ କେବଳ ସୁରକ୍ଷା ଦୃଷ୍ଟିରୁ ରଖାଯାଇଛି। ଲକ୍ଷଣ ନ ଥିବା ସତ୍ତ୍ୱେ ସେମାନଙ୍କ କୋଭିଡ୍‌-୧୯ ଯାଞ୍ଚ ପଜିଟିଭ ଆସିବା ହେତୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ, ଓଡ଼ିଶାର ୫୦ଟି ଆକ୍ରାନ୍ତଙ୍କ ମଧ୍ୟରୁ ୮୦%ଙ୍କ କୌଣସି ଲକ୍ଷଣ ରହୁନାହିଁ। ଏଣୁ ବିନା ଲକ୍ଷଣରେ ମଧ୍ୟ ଦେହରେ କରୋନା ଭୂତାଣୁ ରହିପାରୁଛି। ସେଥିପାଇଁ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ହିଁ ଏକମାତ୍ର ଉପାୟ ପାଲଟିଛି।
ଧୀରେ ଧୀରେ ଟେଷ୍ଟିଂ ପ୍ରଣାଳୀକୁ ବୃଦ୍ଧି କରାଯାଇଛି। ଦିନକୁ ୩ରୁ ୪ଶହ ଟେଷ୍ଟ କରାଯାଇପାରୁଛି। ଆଗାମୀ ୧୦ ଦିନ ମଧ୍ୟରେ ଏହାର ଦୁଇଗୁଣା ଟେଷ୍ଟିଂ କରାଯାଇପାରିବ। ଫଳରେ କରୋନାକୁ ଶୀଘ୍ର ଧରିପାରିବାର କ୍ଷମତା ବଢ଼ିବ। ଟେଷ୍ଟିଂକୁ ତ୍ୱରାନ୍ବିତ କରିବାକୁ।
ମୋଟ ୫୦ କେସ୍‌ରୁ ୧/୪ ଅଂଶ ଅର୍ଥାତ ୧୨ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ଆଗାମୀ ଦିନରେ ଅନ୍ୟ ରୋଗୀ ମଧ୍ୟ ସୁସ୍ଥ ହୋଇ ଫେରିବେ ବୋଲି ଆଶା ରହିଛି ବୋଲି ଶାଳିନୀ ପଣ୍ଡିତ ।