୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍

୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍

ଓଡିଶା ବଡ ଖବର

#୧୧_ଜିଲ୍ଲାରେ_ସପ୍ତାହକୁ_୨_ଦିନ_ସଟ୍_ଡାଉନ               ନ୍ଭୁବନେଶ୍ୱର   : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଡା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଅଧିକ ସଂକ୍ରମଣ ହୋଇଥିବା ୧୧ ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍ କରାଯିବ । ୧୧ ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର ଓ ବାଲେଶ୍ୱର ରେ ସପ୍ତାହାର ଶନିବାର ଓ ରବିବାର ୨ ଦିନ ସଟ୍ ଡାଉନ୍ ରହିବ । ଜୁନ୍ ୩୦ ତାରିଖ ଯାଏଁ ଏହି ନିୟମ ବଳବତର ରହିବ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସଟଡାଉନ ବେଳେ କେବଳ ଜରୁରୀ ସେବା ମିଳିବ । ଏହି ସମୟରେ ମେଡିକାଲ୍, ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗର କାମ ଜାରି ରହିବ । ଏହି ସମୟରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ସଂପୂର୍ଣ୍ଣ କଟକଣା ଲାଗୁ ହେବ । ଜରୁରି ପରିସ୍ଥିତି ବ୍ୟତୀତ କେହି ଘରୁ ବାହାରି ପାରିବେ ନାହିଁ । ଏହି ସମୟରେ ସମସ୍ତ ସରକାରୀ-ବେସରକାରୀ କାର୍ଯ୍ୟାଳୟ ସହିତ ତେଜରାତି ଦୋକାନ ମଧ୍ୟ ବନ୍ଦ ରହିବ । କେବଳ ହସ୍ପିଟାଲ ଓ ଔଷଧ ଦୋକାନ ଖୋଲା ରହିପାରିବ ।ଏହା ବ୍ୟତୀତ ସଟ୍ ଡାଉନ୍ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ । ଗଣମାଧ୍ୟମକୁ ଅନୁମତି ମିଳିବ ।