ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କାଟଙ୍କା ଫେରିଲା 

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କା

ଓଡିଶା ପୁରୀ ବଡ ଖବର

#ୟେସ୍_ବ୍ୟାଙ୍କରୁ_ଫେରିଲା_ଶ୍ରୀଜଗନ୍ନାଥଙ୍କ_୧୫୬_କୋଟି           ପୁରୀ   (କମଳାକାନ୍ତ ମିଶ୍ର) ୟେସ୍ ବ୍ୟାଙ୍କରେ ଜମା ଥିବା ମହାପ୍ରଭୁ ଜଗନ୍ନାଥଙ୍କ ବକେୟା ଜମା ଟଙ୍କା ଫେରିଛି । ସୋମବାର ଦିନ ମାଚ୍ୟୁରିଟି ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୟେସ୍ ବ୍ୟାଙ୍କ ପକ୍ଷରୁ ସୁଧମୂଳ ସମେତ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିରର ଏସବିଆଇ ଜମା ଖାତାରେ ଜମା କରାଯାଇଛି । ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସ୍ଥାୟୀ ଜମା ବାବଦକୁ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଇ-ଟ୍ରାନ୍ସଫର ହୋଇଥିଲା । ୟେସ୍ ବ୍ୟାଙ୍କର କାରକାର ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ଶ୍ରୀମନ୍ଦିର ଟଙ୍କା ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।