ୟୁଏଲଆଇଏଲରେ ବିଶ୍ୱ ପରିବେଶ ଦିବସ ପାଳିତ

ୟୁଏଲଆଇଏଲରେ ବିଶ୍ୱ ପରିବେଶ ଦିବସ ପାଳିତ

ଓଡିଶା ଜିଲ୍ଲା ରାୟଗଡା

#ୟୁଏଲଆଇଏଲରେ_ବିଶ୍ୱ_ପରିବେଶ_ଦିବସ_ପାଳିତ                 ଟିକିରି  : (କୈଳାଶ ବାଗ ) ପରିବେଶ ସୁରକ୍ଷା ଓ ନିରନ୍ତର ବିକାଶକୁ ନେଇ ସଚେତନତା ସୃଷ୍ଟି କରିବାର ଅଂଶ ସ୍ୱରୂପ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୦୨୦ ଜୁନ ୫ରେ ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓ ବାପହିଲମାଲି ବକ୍ସାଇଟ ଖଣିରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଚଳିତ ବର୍ଷ ଉତ୍ସବ ପାଳନରେ ବ୍ୟାପକ ବୃକ୍ଷରୋପକ୍ଷ ଅଭିଯାନ, ସଚେତନତା କାର୍ଯ୍ୟକ୍ରମ ଓ ପରିବେଶ ବିଷୟ ଉପରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ, ୨୦୨୦ର ବିଷୟବସ୍ତୁ ଥିଲା ଜୈବ ବିବିଧତା-ତୃଣର କ୍ଷତି ଓ ପ୍ରାକୃତିଦ ଦୁନିଆରେ ହେଉଥିବା ବିଘଟନରେ ହେଉଥିବା ବୃଦ୍ଧିକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବାର ଆହ୍ୱାନ । ଏହି ଅବସରରେ ଉଭୟ ବାପହିଲମାଲି ଖଣି ଓ ୟୁଏଲଆଇଏଲ ରିଫାଇନାରିରେ ଜେବ ବିବିଧତାର ସଂରକ୍ଷଣ ବିଷୟ ଉପରେ ପ୍ରବନ୍ଧ, ପୋଷ୍ଟର ଓ ସ୍ଲୋଗାନ ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରକାର
ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅନଲାଇନରେ ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମ·ରୀ, ଆମର ସହାୟକ ସହଯୋଗୀ, ସ୍କୁଲ ପିଲା ଓ ଟାଉନସିପର ବାସିନ୍ଦାମାନେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ଓ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି ମହତ ଦିବସରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରି ଉଭୟ ଖଣି ଓ ଉକ୍ରଳ ଟାଉନସିପରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଏନ ନାଗେଶ, ୟୁନିଟ ମୁଖ୍ୟ, ୟୁଏଆଇଏଲ୍ ଓ ସଭାପତି  ଆର ଏନ ମିଶ୍ର, ହେଡ ଅପରେସନ ଆଣ୍ଡ ଏନର୍ଭାରମେଂଟ, ମୁକେଶ ଝା,ଜିଏମ୍ (ମାଇନ୍ସ) ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ସେମାନଙ୍କ ମୂଲ୍ୟବାନ ମତ ଉପସ୍ଥାପନ କରିଥିଲେ ଏବଂ ଆମର ପରିବେଶ ବ୍ୟବସ୍ଥା ବିକଶିତ ବିକଶିତ ହୋଇଛି ଏବଂ ପରିବେଶ ଉପରେ ରହିଥିବା ପ୍ରଭାବ ବିଷୟରେ ଚିନ୍ତା କରିବାକୁ ସେ ଉପସ୍ଥିତ ଦର୍ଶକମାନଙ୍କୁ ଆହ୍ୱାନ ଦେଇଥିଲେ ଏବଂ ଏହି ୟୁନିଟକୁ ଅଧିକ ପରିବେଶ ମିତବ୍ୟୟୀ କରିବା ଲାଗି ଉପାୟକୁ ନେଇ ପରାମର୍ଶ ଦେଇଥିଲେ ।
ଏନ ନାଗେଶ ଦୋହରାଇଛନ୍ତି ଯେ, ଜୈବ ବିବିଧତାରେ ସମୃଦ୍ଧ ଏକ ସୁସ୍ଥକର ପରିବେଶ ମାନଜାତି
ବଂଚିରହିବା ଲାଗି ମୌଳିକ ଆବଶ୍ୟକତା । ପରିବେଶ ବ୍ୟବସ୍ଥା ମାନବ ଜୀବକୁ ବିଭିନ୍ନ ଉପାୟରେ ବଜାୟ ରଖେ ଯଥା ଆମର ବାୟୁକୁ ସ୍ୱଚ୍ଛ କରିବା, ଆମର ଜଳକୁ ସ୍ୱଚ୍ଛ କରିଥାଏ ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ, ପ୍ରକୃତିକ ଭିତିକ ଔଷଧ ଏବଂ କଂ·ମାଲ ଉପଲ୨ତାକୁ ନି୧⁄୨ିତ କରିଥାଏ ଏବଂ ବିପର୍ଯ୍ୟୟର ବାରମ୍ବାରତାକୁ ହ୍ରାସ କରିଥାଏ । ଏକ ସୁସ୍ଥକର ପରିବେଶ ପାଇଁ ଆମର ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବାକୁ ହେବ । କାରଖାନାକୁ ପରିବେଶ ମିତବ୍ୟୟୀ କରିବା ଓ ୟୁନିଟକୁ ସବୁଜ, ଦୃଢ଼ ଏବଂ ସ୍ମାର୍ଟର କରିବା ଲାଗି ଆମ ୟୁନିଟ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ନାଗେଶ କହିଛନ୍ତି । ୟୁଏଆଇଏଲ ବିଷୟରେ…
ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ହେଉଛି ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତବ ସଂସ୍ଥା ହିଣ୍ଡାଲକୋର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏକ କଂପାନି । ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ ଅଧୀନରେ ଥିବା ଦୋରାଗୁଡ଼ାର ଏକ ବିଶୋଧନାଗାର ପ୍ରକଳ୍ପ ହେଉଛି ୟୁଏଆଇଏଲ୍ । ଏଥିରେ ରହିଛି ଏକ ୧.୫ ଏମଟିପିଏ ଆଲୁମିନା ବିଶୋଧନାଗାର, ବାପହିଲମାଲିରେ ଏକ ବକ୍ସାଇଟ ଖଣି ଯେଉଁଥିରେ ଗଗଚ୍ଛିତ ରହିଛି ୨୫ ବର୍ଷ ପର୍ଯ୍ୟନ୍ତର ବକ୍ସାଇଟ ଏବଂ ଏକ ୯୦ ମେଗାୱାଟର କ୍ୟାପଟିଭ କୋ-ଜନେରେସନ ପାୱାର ପ୍ଲାଂଟ୍ । ବର୍ତମାନ ଏହି ବିଶୋଧନାଗାରର ୦.୫ ଏମଟିପିଏ ସଂପ୍ରସାରଣ ଯୋଜନା ଅଗ୍ରଗତି ସ୍ତରରେ ରହିଛି ଏବଂ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ମଂଜୁରୀ ମିଳିସାରିଛି । ୟୁଏଆଇଏଲର ଆଲୁମିନାକୁ ହିଣ୍ଡାଲକୋର ମହାନ ଏବଂ ଆଦିତ୍ୟ ସ୍ମେଲଟରରେ ବ୍ୟବହାର କରାଯାଉଛି ।ଇିଶ୍ୱର ସବୁଠୁ ଶ୍ରେଷ୍ଠ ପ୍ରଯୁକ୍ତି ଯୋଗାଣକାରୀ ରିଓ-ଟିଂଟୋ-ଆଲକାନର ଷ୍ଟେଟ ଅଫ ଆର୍ଟ ପ୍ରଯୁକ୍ତି ବ୍ୟବହାର କରାଯାଇଥିବା ଏକ ବିଶ୍ୱସ୍ତରୀୟ ଏବଂ ଏଠାରେ ଶ୍ରେଷ୍ଠ ମାନର ବକ୍ସାଇଟକୁ ସମନ୍ୱିତ ଖଣି ଓ ବିଶୋଧନାଗାର ମଧ୍ୟରେ ସମନ୍ୱିତ ଲଜିଷ୍ଟଇକ୍କୁ ନେଇ ବିଶ୍ୱର ସବୁଠୁ କମ୍ ଟନ୍ ପିଛା ପରିଚାଳନା ଖର୍ଚରେ ପ୍ରସ୍ତୁତ କରାଯାଉଥିବା ବିଶୋଧନାଗାର ହେଉଛି ଉତ୍କଳ ଆଲୁମିନା । ବିଶ୍ୱରେ ଏଭଳି ଅନ୍ୟତମ ୧୮ କିଲୋମିଟରର ଏକ ଲମ୍ବା କନଭେୟରରେ ଜରିଆରେ ବାପହିଲମାଲି ଖଣିରୁ କଂପାନି ବକ୍ସାଇଟ ସଂଗ୍ରହ କରୁଛି । ଏହି ୟୁନିଟକୁ ଆଇଏସଓ ୯୦୦୧, ୧୪୦୦୧ ଏବଂ ଓଏଚଏସଏଏସ ୧୮୦୦୧ ସାର୍ଟିଫିକେସନ ମିଳିଛି ।