ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ମିଳିଲା ସାହାଯ୍ୟ

ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ମିଳିଲା ସାହାଯ୍ୟ

ଓଡିଶା ଜିଲ୍ଲା ପୁରୀ ରାଜ୍ୟ

#ହାତୀ_ଆକ୍ରମଣରେ_ମୃତକଙ୍କ_ପରିବାରକୁ_ମିଳିଲା_ସାହାଯ୍ୟ  ପିପିଲି : (ବିଜୟ କୁମାର ମହାପାତ୍ର) ପିପିଲି ବ୍ଳକର ବିଭିନ୍ନ ଗ୍ରାମରେ  ଦନ୍ତା ହାତୀ ପଶି ୪ଜଣଙ୍କୁ ଆକ୍ରମଣ କରି ମାରିଥିଲା । ଏହି ଖବର ପ୍ରସାରିତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ୍ୟୁକଙ୍କ ପରିବାରଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପା ମୁଳକ ସାହାର୍ଯ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ସୋମବାର ଅପରାହ୍ନରେ ବାଲିପାଟଣା ଜଙ୍ଗଲ ବିଭାଗର ବନପାଳ ଜୟକୃଷ୍ଣ ଯଦୁମଣି ଦାଶ ଓ ବନପାଳ ପ୍ରଭାକର ଦଳାଇ ସମସ୍ତଙ୍କ ପରିବାରଙ୍କୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି । ପିପିଲି ବ୍ଳକର ସଁପୁର ଗ୍ରାମ ପଞ୍ଚାୟତର ଚୈତନ୍ୟ ସାହୁଙ୍କୁ ହାତୀ ମାରିଦେବାରୁ ତାଙ୍କ ଝିଅ ପିଙ୍କି ସାହୁଙ୍କୁ ଚେକ ପ୍ରଦାନ କରାଯାଇଥିଲା । ସେହପିରି ଚନ୍ଦ୍ରଦେଇପୁର ମକରା ପଲେଇ ହାତୀ ଆକ୍ରମଣରେ ମରିବା ପରେ ତାଙ୍କ ପୁଅ ଗୋବର୍ଦ୍ଧନ ପଲେଇ ଓ ଦୁର୍ଗାଦାସପୁର ପଞ୍ଚାୟତର ଜମାଲପୁର ଗ୍ରାମର ଅଜୟ ନାୟକଙ୍କ ସ୍ତ୍ରୀ ସାବିତ୍ରୀ ନାୟକଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।  ସ୍ଥାନୀୟ ସରପଞ୍ଚ , ସମିତ ିସଭ୍ୟସଭ୍ୟା ଓ ୱାର୍ଡ ସଭ୍ୟସଭ୍ୟାଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳି ଦାଶ ଓ ଦୁର୍ଗାଦାସପୁର ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ବିଶ୍ୱଜିତି ଦାଶ ଓ ସମାଜସେବୀ ସଦାଶିବ ଦାଶ ପ୍ରମୁଖଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି ।