ହସ୍ତଶିଳ୍ପ ସହ ନିଦ୍ଦେର୍ଶକଙ୍କ ଚାନ୍ଦୁଆ ବଜାର ପରିଦର୍ଶନ

ହସ୍ତଶିଳ୍ପ ସହ ନିଦ୍ଦେର୍ଶକଙ୍କ ଚାନ୍ଦୁଆ ବଜାର ପରିଦର୍ଶନ

ଓଡିଶା ଜିଲ୍ଲା ପୁରୀ

#ହସ୍ତଶିଳ୍ପ_ସହ_ନିଦ୍ଦେର୍ଶକଙ୍କ_ଚାନ୍ଦୁଆ_ବଜାର_ପରିଦର୍ଶନ     ପିପିଲି : (ବିଜୟ କୁମାର ମହାପାତ୍ର)  କେନ୍ଦ୍ରସରକାରଙ୍କ ହସ୍ତ ଶିଳ୍ପ ବିଭାଗର ସହ ନିଦ୍ଦେର୍ଶକ ଏକେ ପାଣିଗ୍ରାହୀ ଦିଲ୍ଲୀରୁ ପୁରୀ ଅଭିମୁଖେ ଗସ୍ତ କରିବା ସମୟରେ ପିପିଲି ଠାରେ ଥିବା ଚାନ୍ଦୁଆ ବଜାର ପରିଦର୍ଶନ କରିଥିଲେ । ଶ୍ରୀ ପାଣିଗ୍ରାହୀ ଆପ୍ଲିକ ଇଣ୍ଟରନେସନାଲ ଚାନ୍ଦୁଆ ଦୋକାନରେ ପହଞ୍ଚି ଚାନ୍ଦୁଆ ମାଲିକ ସୁରେଶ ମହାପାତ୍ରଙ୍କ ସହିତ ଚାନ୍ଦୁଆରେ ତିଆରୀ କାରୁ କାର୍ଯ୍ୟ  ଓ ତାର ମାକେର୍ଟିଂ ଉପରେ ବିଶେଷ ଆଲୋଚନା କରିଥିଲେ ।ତାଙ୍କ ଗସ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ନାୟକ ଏବଂ ଉତ୍କଳମଣୀ ସାମ୍ବାଦିକ ସଂଘ ସାଧରଣ ସମ୍ପାଦକ ବିଜୟ କୁମାର ମହାପାତ୍ର ହସ୍ତଶିଳ୍ପ ବିଭାଗ ଅଧିନରେ ଥିବା ପିପିଲିର ଚାନ୍ଦୁଆ ଶିଳ୍ପର ଉନ୍ନତୀ କରଣ ଉପରେ ଆଲୋଚନା କରିଥିବା ଜଣାପଡିଛି । ସେହିପରି ଶ୍ରୀ ପାଣିଗ୍ରାହୀ ପିପିଲି ଚାନ୍ଦୁଆ କାରୁ କାର୍ଯ୍ୟ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବାରୁ ବେଶ ପ୍ରଶଂସା କରିଥିଲେ । ଚାନ୍ଦୁଆ କାରିଗର ଚନ୍ଦନ ମହାପାତ୍ର ଓ ପ୍ରକାଶ ମହାପାତ୍ର ଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ସେଠାରୁ ସେମାନେ ଚନ୍ଦନପୁର ସ୍ଥିତ ହସ୍ତଶିଳ୍ପ ଗ୍ରାମ ରଘୁରାଜପୁରକୁ ଗସ୍ତ କରିଥିବା ଜଣାପଡିଛି ।