ହଟସ୍ପଟ୍ ଅଂଚଳରୁ ଆସୁଥିବାରୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

ହଟସ୍ପଟ୍ ଅଂଚଳରୁ ଆସୁଥିବାରୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

ଓଡିଶା ବଡ ଖବର ମହାନଗର

#ହଟସ୍ପଟ୍_ଅଂଚଳରୁ_ଆସୁଥିବାରୁ_ଭୁବନେଶ୍ୱରରେ_ଆକ୍ରାନ୍ତଙ୍କ_ସଂଖ୍ୟା_ବଢୁଛି          ଭୁବନେଶ୍ୱର   :  ରାଜ୍ୟର ଅନ୍ୟାନ୍ୟ ହଟସ୍ପଟ୍ ଅଂଚଳରୁ ଲୋକେ ଭୁବନେଶ୍ୱରରୁ ଆସୁଥିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢୁଛି । ବସ୍ତି ଅଂଚଳରେ କରୋନା ମୁକାବିଲା ପାଇଁ ସ୍ଲମ୍ କମିଟି ଗଠନ କରାଯାଇଛି । ସେହିପରି ୱାର୍ଡ କମିଟି ମାନେ ମଧ୍ୟ ସକ୍ରିୟ ଅଛନ୍ତି । ବସ୍ତି ଅଂଚଳରେ ଯେପରି ସଂକ୍ରମଣ ନବଢିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ।
ବିଏମସି କମିଶନର କହିଛନ୍ତି ଯେ ବର୍ତମାନ କରୋନା ଏକ ଚ୍ୟାଲେଂଜ ଭାବେ ଉଭା ହୋଇଛି । ଏହାକୁ ମୁକାବିଲା କରିବା ପାଇଁ ନିଜ ଦାୟିତ୍ୱ ନିଜେ ନେବା । ବେଶି ଗହଳି ସ୍ଥାନକୁ ଯିବାନାହିଁ ଏବଂ ସବୁବେଳେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି । ବାହାରକୁ ଗଲେ ସାମାଜିକ ଦୂରତା ରକ୍ଷା କରନ୍ତୁ । ବଜାରକୁ ନଯାଇ ଅନଲାଇନ୍ ସପିଂ କରିବା ଏବଂ ମେଡିକାଲ ନଯାଇ ଟେଲି ମେଡିସିନ୍ ର ସହାୟତା ନେବାକୁ ସେ କହିଛନ୍ତି । ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ଔଷଧ ଅର୍ଡର କରିବା ଭଳି ଉପାୟ ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି ।
ସେହିପରି ରାଜଧାନୀରେ କରୋନା ସଂକ୍ରମିତଙ୍କ ସୂଚନା ଦେଇ ସେ କହିଥିଲେ ଯେ ଭୁବନେଶ୍ୱରରେ ଏଯାବତ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିରୁ ୩୧୪ ସୁସ୍ଥ ହୋଇଥିବା ବେଳେ ୩୧୭ ଆକ୍ଟିଭ୍ କେସ ରହିଛି । ଶେଷ ୧୦ ଦିନରେ ଭୁବନେଶ୍ୱରରେ ୩୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି, ଶେଷ ୧୦ ଦିନରେ ହସ୍ପିଟାଲ ଲିଙ୍କରେ ୬୧ ପଜିଟିଭ ବାହାରିଛନ୍ତି । ପଜିଟିଭ୍ ଙ୍କ ମଧ୍ୟରୁ ୨୧୨ ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛଓ ୩୭ ଲୋକାଲ କେସ ରହିଛି ।