ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଓଡିଶା କେନ୍ଦୁଝର ଜିଲ୍ଲା

#ସ୍ୱେଚ୍ଛାସେବୀ_ସଂଗଠନ_ପକ୍ଷରୁ_ଶୁଖିଲା_ଖାଦ୍ୟ_ବଣ୍ଟନ      କେନ୍ଦ୍ରାପଡା  : ଭୁବନେଶ୍ୱରର ଅନ୍ୟତମ ଜଣାଶୁଣା ସଂସ୍ଥା ଭାବେ ପରିଚିତ ସୋ ଆମ ଆଇ ସଂସ୍ଥା ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରା ଯାଇଥିବାର ଜଣା ପଡିଛି । ସୋମବାର ପୂର୍ବାହ୍ନରେ ସୋ ଆମ ଆଇ ଏବଂ ଆଜିର ଖବର ତରଫରୁ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୧୧ନଂ ୱାର୍ଡର ଜଇପୁରା ଗ୍ରାମରେ ଏହି ସଂସ୍ଥା ଶୁଖିଲା ଖାଦ୍ୟ ବଣ୍ଟନ କରିଛି । ୬୦ଟି ପରିବାରକୁ ଏହି ସଂସ୍ଥା ତରଫରୁ ଚାଉଳ, ଅଟା, ତେଲ, ଡାଲି, ଆଳୁ, ସାବୁନ ପ୍ରଭୃତି ସାମଗ୍ରୀ ଏକ ପ୍ୟାକେଟ୍ ମଧ୍ୟରେ ଦିଆ ଯାଇଛି । ଏହି ପ୍ୟାକେଟ୍ ବଣ୍ଟନ ସମୟରେ ସଂସ୍ଥାର ନିର୍ଦ୍ଦେଶକ ପିନାକି ମହାନ୍ତି, ଜ୍ୟୋତ୍ସାରାଣୀ ଜେନା(ଜିଲ୍ଲା ପରିଷଦ ସଭ୍ୟା) , ଦୀଲିପ ସାମନ୍ତ ରାୟ, ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।