ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ସ୍ୱାସ୍ଥ୍ୟ_ସେବାରେ_ଗୋଷ୍ଠୀ_ସହାୟତା_କାର୍ଯ୍ୟକ୍ରମ_ଅନୁଷ୍ଠିତ   ଯାଜପୁର : (ବିଶ୍ବଜିତ ରଣା) ପରିବେଶ ସ୍ୱଚ୍ଚ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିବ । ବ୍ୟକ୍ତି ସୁସ୍ଥ ରହିଲେପରିବାର, ସମାଜ ଓ ରାଷ୍ଟ୍ର ସୁସ୍ଥ ରହିବ । ଏହି ସୁସ୍ଥ ଓ ସ୍ୱଚ୍ଚ୍ଥ ପରିବେଶରେ ଗାଁ କଲ୍ୟାଣସମିତି, ମହିଳା ଆରୋଗ୍ୟ ସମିତି ଓ ଆଶାକର୍ମୀ ମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଚ୍ଥନ୍ତି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ।

ଶନିବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ପି.ପି.ଏମ୍. କୋ-ଅଡ଼ିନେଟର ମାନସ ରଞ୍ଜନ ସାମଲଙ୍କ ସଞ୍ଚାଳନାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ମିଳିତ ସମ୍ମିଳନୀ ବା ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମହାନ୍ତି ଜିଲ୍ଲାରେ ଆଶା କର୍ମୀ ମାନଙ୍କର କାର୍ଯ୍ୟ ଓ ସେବା ବେଶ ପ୍ରଶଂସନୀୟ ବୋଲି କହିଥିଲେ । ସେମାନଙ୍କର ସେବା ଓ ସହଯୋଗ ପାଇଁ ଶିଶୁ ମୃତ୍ୟୁହାର ହ୍ରାସ ପାଇଚ୍ଥି ।

ସେହିପରି ଗାଁ କଲ୍ୟାଣ ସମିତି ମାଧ୍ୟମରେ ଗ୍ରାମର ସ୍ୱଚ୍ଚ୍ଥତା ପ୍ରତି ଅଧିକ ମନୋନିବେଶ ଓ ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନଙ୍କର ସେବା ସହଯୋଗକୁ ଅଧିକ ପରିବ୍ୟାପ୍ତ କରିବାକୁ ସେ ମତବ୍ୟକ୍ତ କରିଥିଲେ । ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ କେବଳ ଆମ ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଆଶା କର୍ମୀଙ୍କର ସେବା ମନୋଭାବ ଉଚ୍ଚ ପ୍ରଶଂସିତ । ଏପରି କି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଅନେକ ଆଶାକର୍ମୀଙ୍କ ସେବାକୁ ପ୍ରଶଂସା କରି ସମ୍ୱର୍ଦ୍ଧିତ କରିଚ୍ଥନ୍ତି ବୋଲି କହିବା ସହ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କୁ ସମ୍ୱର୍ଦ୍ଧିତ କରିବାକୁ ସେ ସି.ଡି.ଏମ୍.ଓ. ଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରୁଣ କୁମାର ପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସମ୍ମିଳନୀର ଲକ୍ଷ୍ୟ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଏ.ଡି.ପି. ତଥା ଡି.ପି.ଏଚ୍. ଡା. ସୁଧାଂଶୁ ଶେଖର ବଳ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଡ୍ୟାମ ସରୋଜକାନ୍ତ ସାହୁ, ଡି.ପି.ଏମ୍. ଚିନ୍ମୟ ବରାଳ ପ୍ରମୁଖ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରାଗ୍ୟ ସମିତିର କାର୍ଯ୍ୟକ୍ରମ ସଂପର୍କରେ ମତବ୍ୟକ୍ତ କରି ଆଶା କର୍ମୀଙ୍କର ଉତ୍ସର୍ଗୀକୃତ ସେବାକୁ ପ୍ରଶଂସା କରିଥିଲେ । ପରେ ଆଶା କର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ଉଲ୍ଳେଖନୀୟ ଅବଦାନ ପାଇଁ ଅତିଥି ମାନଙ୍କ ଦ୍ୱାରା ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଆଶାର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ୱର୍ଣ୍ଣଲତା ମହାନ୍ତି, ଲୋପାମୁଦ୍ରା ଦାସ ମହାପାତ୍ର, ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ଦେ, ଇଂ. ସତୀଶ ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହାପରେ ଡା. ରାଜକିଶୋର ପଣ୍ଡାଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ “ଗାନ୍ଧୀଜୀଙ୍କ ପାଦଚିହ୍ନ” ମଞ୍ଚସ୍ଥ ହୋଇଥିଲା । ଶେଷରେ ଡି.ପି.ଏଚ୍.ଓ. ଶୁଭେନ୍ଦୁ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।