ସ୍ୱାଧୀତନାର ୭୩ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନାହିଁ

ସ୍ୱାଧୀତନାର ୭୩ ବର୍ଷ ପରେ ବି ଗାଁକୁ ରାସ୍ତା ନାହିଁ

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

#ସ୍ୱାଧୀତନାର_୭୩_ବର୍ଷ_ପରେ_ବି_ଗାଁକୁ_ରାସ୍ତା_ନାହିଁ   ପିପିଲି  ( ବିଜୟ କୁମାର ମହାପାତ୍ର ) ପୁରୀ ଜିଲ୍ଲା ପିପିଲି ବ୍ଲକରେ ଏପରି ଏକ ଗ୍ରାମ ପଞ୍ଚାୟତ ରହିଛି ଯେଉଁଠିକି ଯିବାକୁ ରାସ୍ତା ନାହିଁ । ରାଜ୍ୟ ସରକାର ବିଭିନ୍ନ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ମାତ୍ର ଏହି ଯୋଜନା କିପିର କାର୍ଯ୍ୟ ହେଉଛି ତାହା ଦେଖିବା ପାଇଁ କେହି ନାହାନ୍ତି । ଗୋଟିଏ ପକ୍ଷେ ରାଜ୍ୟ ସରକାର ବା ଜିଲ୍ଲା ଓ ବ୍ଳକ ପ୍ରଶାସନ ଗ୍ରାମ ପଞ୍ଚାୟତର ଉନ୍ନୟନ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ପିପିଲି ବ୍ଳକରେ ଠିକ ଓଲଟା ଦେଖିବାକୁ ମିଳିଛି ।  ବ୍ଳକରେ ଏପରି ଏକ ରାସ୍ତା ରହିଛି  ଖରାଦିନରେ ଯେ କୌଣସି ପ୍ରକାରରେ ଯିବା ଆସିବା କରି ହେବ । ମାତ୍ର ସାମାନ୍ୟ ବର୍ଷା ହୋଇଗଲେ ଉକ୍ତ ରାସ୍ତାରେ ଯିବା ଆସିବା କରିବା ସମ୍ଭବପର ନୁହେଁ । ଯାହାକି ଦେଶ ସ୍ୱାଧୀନତାର ଏତେ ଦିନ ପରେ ମଧ୍ୟ ରାସ୍ତା ନାହିଁ । ସବୁ ଗ୍ରାମରେ ଗୋଠି ସିମେଣ୍ଟ ରାସ୍ତା କରାଯାଉଛି । ମାତ୍ର ବ୍ଳକ ପ୍ରଶାସନ ଏହି ରାସ୍ତା ପାଇଁ ଅର୍ଥ ନାହିଁ ବୋଲି କହି କଥା ଏଡେଇ ଦେଉଥବା ଗ୍ରାମବାସୀ ମାନେ କହନ୍ତି ।

ଅନ୍ୟ ପକ୍ଷେ ରାଜ୍ୟ ସରକାର ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଉପରେଗୁରୁତ୍ୱ ଦେଇଥବା ବେଳେ ଉକ୍ତ ପଞ୍ଚାୟତଟି ସବୁଥିରୁ ବଞ୍ଚିତ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏପରିକି ବିଭିନ୍ନ ଗଣ ମାଧ୍ୟମରେ ଏହି ରାସ୍ତା ସମ୍ପର୍କରେ ଖବର ପ୍ରକାଶିତ ହେବା ପରେ ଅଧିକାରୀ ମାନେ କେବଳ ଆଶ୍ୱସନା ବ୍ୟତିତ୍ୟ କିଛି କରିନାହାନ୍ତି ବୋଲି ଗ୍ରାମବାସୀ କହନ୍ତି । ସୁଚନାଯୋଗ୍ୟ ଯେ ସୁବଳୟାପାଟଣା ଠାରୁ ସରସ୍ୱତୀପୁର  ପର୍ଯ୍ୟନ୍ତ ଏହି ଦୁଇ କିଲୋମିଟର ରାସ୍ତା ଏବେ ଶୋଚନୀୟ ହୋଇପଡିଛି ।  ଦେଶ ସ୍ୱାଧୀନତାର ୭୩ ବର୍ଷ ପରେ ବି ଉକ୍ତ ରାସ୍ତାରେ ମାଟି ଗାଣ୍ଡୁଏ ପଡିନାହିଁ ବୋଲି ଲୋକମାନେ କହନ୍ତି ।  ଏବେ ବି ରାସ୍ତାଟି ଖାଲଖମା ମାଟି ରାସ୍ତା ରହିଛି । ବରଦାମାଳ, ସାନ ଗାଁ, ବାଲିପୋଖରୀ, ଘୁସୁରିଖାଲ, କୋଠସାହି  ଆଦି ଗଆମର ପ୍ରାୟ ୩ହଜାର ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର ଶୀଳ ।

ଏହି ରାସ୍ତାରେ କଲେଜ ଠାରୁ ବିଦ୍ୟାଳୟକୁ ପିଲା ମାନେ ବର୍ଷା ଦିନରେ ଯିବା ଆସିବା କଷ୍ଟକର ହୋଇପଡୁଛି ।   ଏପରିକି ଗ୍ରାମବାସୀ ମାନେ ବାରମ୍ବାର ବ୍ଳକ ବିଡିଓଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବ୍ଳକରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରାଯାଇଛି ମାତ୍ର ଅଭିଯୋଗ ଜିଲ୍ଲାପାଳଙ୍କ ନାଲି ଫାଇଲି ତଳେ ଚାପି ହୋଇ ରହିଯାଉଛି ବୋଲି ଗ୍ରାମବାସୀ ମାନେ କହନ୍ତି ।  ଆଗାମୀ ଦିନରେ ଏହି ରାସ୍ତାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବା ସହ ଆନ୍ଦୋଳନର ରୂପ ନେବାକୁ ଯାଉଛି । ଯଦି ବିଧାୟକ,  ବ୍ଳକ ଓ ଜିଲ୍ଲା ପ୍ରଶାସନ ଏ ଦିଗପ୍ରତି ନଜର ନ ଦିଅନ୍ତି ଗ୍ରାମବାସୀ ମାନେ ରାସ୍ତା ଉପରକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି । ସେଥିପାଇଁ ଯାହା କିଛି ଘଟଣା ଘଟିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।