ସ୍ବଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଗ୍ରୀନ୍‌ ଜୋନ୍‌ରେ ଗଡିବ ବସ୍

ଓଡିଶା ବଡ ଖବର

#ସ୍ବଳ୍ପ_ସଂଖ୍ୟକ_ଯାତ୍ରୀଙ୍କୁ_ନେଇ_ଗ୍ରୀନ୍‌_ଜୋନ୍‌ରେ_ଗଡିବ_ବସ୍             ଭୁବନେଶ୍ୱର : ରାଜ୍ରର ଗ୍ରୀନ୍‌ ଜୋନ୍‌ ଅଧୀନରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଯାତ୍ରୀବାହୀ ବସ୍‌ ଚଳାଚଳ କରିପାରିବ। ଏଥିନେଇ ସରକାର ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ  ସଂଶୋଧନ କରିଛନ୍ତି। ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ୪ ମେ ଠାରୁ ମେ ୧୭ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି କାଳ ପାଇଁ ଗତ ରବିବାର ଜାରି ହୋଇଥିବା ନିୟମାବଳୀରେ ରାଜ୍ୟରେ ବସ୍‌ ଚଳାଚଳ ଉପରେ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଲଗାଯାଇଥିଲା। କିନ୍ତୁ ରାଜ୍ୟ ସରକାର  ଏହାକୁ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମାବଳୀ ଅନୁଯାୟୀ ଗ୍ରୀନ୍‌ ଜୋନ୍‌ ଅଧୀନରେ ଆସୁଥିବା ଜିଲ୍ଲା ଗୁଡ଼ିକରେ  ସ୍ବଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଯାତ୍ରୀବାହୀ ବସ୍‌ ଚଳାଚଳ କରିପାରିବ। ଗୋଟିଏ ଗ୍ରୀନ୍‌ ଜୋନ୍‌ ଜିଲ୍ଲାରୁ ଆଉ ଗୋଟିଏ ଗ୍ରୀନ ଜୋନ୍‌ ଜିଲ୍ଲାକୁ ଯାଇପାରିବ ବସ୍‌। ତେବେ, ଅନ୍ତଃ ଜିଲ୍ଲାଗୁଡ଼ିକ ପାଇଁ ଚଳାଚଳ କରୁଥିବା ଯାତ୍ରୀବାହୀ ବସର ରୁଟ୍‌ ମଧ୍ୟରେ କୌଣସି ରେଡ୍‌ କିମ୍ବା ଅରେଞ୍ଜ ଜିଲ୍ଲା ନଥିବ ବୋଲି ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା। ଉଲ୍ଲେଖଯୋଗ୍ୟ, ରାଜ୍ୟର ଗ୍ରୀନ ଜୋନରେ ରହିଛି ଅନୁଗୁଳ, ବରଗଡ, ବୌଦ୍ଧ, ସମ୍ବଲପୁର, ଗଜପତି ଜଗତସିଂହପୁର, କନ୍ଧମାଳ, ମାଲକାନଗିର, ମୟୁରଭଞ୍ଜ, ନବରଂଗପୁର, ନୟାଗଡ, ନୂଆପଡା, ରାୟଗଡା, ସୋନପୁର, କଟକ ଏବଂ ପୁରୀ । ଭୁବନେଶ୍ବରକୁ ରେଡ ଜୋନ ଘୋଷଣା କରାଯାଇଥିବା ନିଷ୍ପତ୍ତି ସଂପର୍କରେ ସ୍ପଷ୍ଟକରି ଶ୍ରୀ ଜେନା ପ୍ରକାଶ କରିଥିଲେ ଯେ, ଭୁବନେଶ୍ବରରେ ପଜିଟିଭଙ୍କ ସଂଖ୍ୟା ଅଧିକ ଅଛି ଏବଂ ଗତ ସପ୍ତାହରେ ଆଉ ଜଣେ ରୋଗୀ ଚିହ୍ନଟ ହୋଇଥିବାରୁ ଏହାକୁ ରେଡ ଜୋନ ଘୋଷଣା କରାଯାଇଛି।