ସୋମବାର ଠାରୁ ଟ୍ରେଡ ଲାଇସେନ୍ସ ନଥିଲେ ଦୋକାନ ଖୋଲିବା ମନା

ସୋମବାର ଠାରୁ ଟ୍ରେଡ ଲାଇସେନ୍ସ ନଥିଲେ ଦୋକାନ ଖୋଲିବା ମନା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ସୋମବାର_ଠାରୁ_ଟ୍ରେଡ_ଲାଇସେନ୍ସ_ନଥିଲେ_ଦୋକାନ_ଖୋଲିବା_ମନା            କେନ୍ଦ୍ରାପଡା  : କେନ୍ଦ୍ରାପଡା ପୈାରାଂଚଳର ମଧ୍ୟରେ ଯେଉଁ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଟ୍ରେଡ ଲାଇସେନ୍ସ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଦୋକାନ ଖୋଲିବା ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ଟ୍ରେଡ ଲାଇସେନ୍ସ ଥିବା ଦୋକାନ ଗୁଡିକ ସୋମବାର ଠାରୁ ସକାଳ ୬ ରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛି ।

ଏହି ଦୋକାନ ଗୁଡିକ ମଧ୍ୟରେ ସାର, କୀଟନାଶକ ଔଷଧ, ମନୋହରି, ଗ୍ୟାରେଜ, ବହି, ଲୁଗା ଓ ଡ୍ରେସ୍, ବିଦ୍ୟୁତ୍ ସାମଗ୍ରୀ ବିକ୍ରି ଓ ମରାମତି, ମୋବାଇଲ ବିକ୍ରି ଓ ମରାମତି, ଘର ରଂଗ ଓ ଚୂନ, ଗହଣା ଦୋକାନ, ସମେତ ଗ୍ରସରୀ, ପନିପରିବା, ଫଳ, ଔଷଧ, ମାଛ, ମାଂସ ଅତ୍ୟାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ହେଉଥିବା ଜିନିଷ ଗୁଡିକ ପ୍ରଭୃତି ପୂର୍ବ ନିଦ୍ଧାରିତ ସମୟ ଅନୁସାରେ ଖୋଲା ରହିବ ।

କିନ୍ତୁ ଟ୍ରେଡ ଲାଇସେନ୍ସ ନଥିବା ଦୋକାନ ଗୁଡିକ ଖୋଲିବାକୁ ଅଣୁମତି ମିଳିବ ନାହିଁ । ସମସ୍ତ ବ୍ୟବସାୟୀ ମାସ୍କ ପିନ୍ଧିବା ସହ ଗ୍ରାହକ ମାନେ ମଧ୍ୟ ମାସ୍କ ପିନ୍ଧି ସାମାଜିକ ଦୂରତାକୁ ବଜାୟ ରଖିବେ । ଏଥି ସହିତ ଯେଉଁ ଦୋକାନୀ ମାନେ ପୈାର ପାଳିକାରୁ ଟ୍ରେଡ ଲାଇସେନ୍ସ ଆଣି ନଥିବେ ସେମାନେ ଦୋକାନ ଖୋଲିଲେ ଦୋକାନ ସିଲ କରାଯିବ ବୋଲି ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ପ୍ରକାଶ କରିଛନ୍ତି । ଯେଉଁ ଦୋକାନ ଗୁଡିକ ଆଗରେ କୋଠରୀ କଟା ଯାଇ ନାହିଁ । ସେମାନେ ମଧ୍ୟ ଦୋକାନ ଆଗରେ କୋଠରୀ କାଟି ସାମଗ୍ରୀ ବିକ୍ରୟ କରିବେ ।