ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ଓଡିଶା

#ସୁସ୍ଥ_ହେଲେ_୧୧୯_କରୋନା_ଆକ୍ରାନ୍ତ          ଭୁବନେଶ୍ୱର  : – ଓଡ଼ିଶାରେ ଚିକିତ୍ସାଧୀନ ଥିବା୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୋମବାର ଦିନ ୧୨ ଟି ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୧୯ ଜଣଙ୍କ ମଧ୍ୟରୁ ୬୦ ଜଣ ଯାଜପୁର, ୧୩ ଜଣ କଟକ, ୧୨ ଜଣ କେନ୍ଦ୍ରାପଡା, ୯ ଜଣ ଗଜପତି, ୬ ଜଣ ନୟାଗଡ଼, ୫ ଜଣ ସୁନ୍ଦରଗଡ଼, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ୩ ଜଣ ଲେଖାଏଁ , ଗଞ୍ଜାମ ଓ ବଲାଙ୍ଗୀରରେ ୨ ଜଣ ଲେଖାଏଁ ଓ ଜଣେ ସମ୍ବଲପୁରରୁ ରହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହି ୧୧୯ ଜଣଙ୍କୁ ମିଶାଇ ରାଜ୍ୟରେ ଏବେ ସମୁଦାୟ ୧୨୪୫ ଜଣ ସୁସ୍ଥ ହୋଇଥିବାବେଳେ ୮୫୦ଟି ସକ୍ରିୟ ମାମଲା ରହିଛି । ସେହିପରି ରାଜ୍ୟରେ କରୋନା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୩୬ ଜଣ ସୁସ୍ଥ ହୋଇସାରିଲେଣି ।

ସୂଚନାଯୋଗ୍ୟ ଯେ ସୋମବାର ସକାଳେ ରାଜ୍ୟରେ ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବର୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି ।