ସୁରଟରୁ ୪ ବସ ରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ

ସୁରଟରୁ ୪ ବସ ରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର

#ସୁରଟରୁ_୪_ବସରେ_ପହଞ୍ଚିଲେ_ପ୍ରବାସୀ_ଓଡ଼ିଆ             ଭଞ୍ଜନଗର :  ଗୁଜୁରାଟ ସୁରତ ରୁ ୨୨୭ ଜଣ ଶ୍ରମିକ ମାନକୁ ନେଇ ଆସୁଥିବା ବସ ଆଜି ମଧ୍ୟରାତ୍ରରେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି। ରାତ୍ର ପ୍ରାୟ ୧୧ ଟା ସମୟରେ ୪ ବସ ଗଂଜାମ – କନ୍ଧମାଳ ଜିଲ୍ଲାର ସୀମାନ୍ତ ଦୁର୍ଗାପ୍ରଶାଦ ରେ ପହଁଚିବା ପରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ,ଏସ.ଡ଼ି.ପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ଉପସ୍ଥିତ ରେ ସମସ୍ତ ଙ୍କୁ ଶୁଖିଲା ଖାଦ୍ୟ ଓ ପାଣି ପିଇବାକୁ ଦିଆ ଯାଇଥିଲା। ସେଠାରୁ ବାହାରି ୪ବସ ପୋଲିସ ର କଡା ସୁରକ୍ଷା ବ୍ୟବସ୍ଥା ରେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ବାହାରିଥିଲେ। ରାତ୍ରି ପ୍ରାୟ ୧୨.୩୦ ମିନିଟ ସମୟରେ ଶେରଗଡ ଓ ଧରାକୋଟ ପହଞ୍ଚିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଗତ ସୋମବାର ଦିନ ସମସ୍ତ ବସ ସୁରତରୁ ବାହାରିବା ପରେ ଛତିଶଗଡ଼ ସୀମା ଦେଇ ଓଡ଼ିଶା ସୀମାରେ ପ୍ରବେଶ କରିଥିଲେ। ଓଡ଼ିଶା ସୀମାରେ ପହଂଚିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ସେମାନଂକୁ କଡା ସୁରକ୍ଷା ବ୍ୟବସ୍ଥା ନୂଆପଡା,ସୋନପୁର,ବୌଦ୍ଧ, କନ୍ଧମାଳ ଦେଇ ନିଜ ଜିଲ୍ଲା ଗଞ୍ଜାମ ରେ ପ୍ରବେଶ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଏହି ୪ ବସ ଯୋଗେ ଭଞ୍ଜନଗର ଅଂଚଳ କୁ କେତେ ଶ୍ରମିକ ଆସିଛନ୍ତି  ସୂଚନା ହସ୍ତଗତ ହୋଇନଥିବା କହିଛନ୍ତି  ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ