ସୁରଟରୁ ଆସି ପଞ୍ଜିକରଣ ନକରି ଜିଲ୍ଲା କାର୍ଯ୍ୟାଳୟରେ ବୁଲୁଛନ୍ତି ପ୍ରବାସୀ

ସୁରଟରୁ ଆସି ପଞ୍ଜିକରଣ ନକରି ଜିଲ୍ଲା କାର୍ଯ୍ୟାଳୟରେ ବୁଲୁଛନ୍ତି ପ୍ରବାସୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଜିଲ୍ଲା_କାର୍ଯ୍ୟାଳୟରେ_ବୁଲୁଛନ୍ତି_ପ୍ରବାସୀ        କେନ୍ଦ୍ରାପଡା  : ଗୁଜୁରାଟର ସୁରଟରେ ରହି କାର୍ଯ୍ୟ କରୁଥିବା ମାର୍ଶାଘାଇ ବ୍ଲକର କଳାଗଡ ଯଦୁପୁର ଅଂଚଳର ୩ଜଣ ଯୁବକ ପଞ୍ଜିକରଣ କେନ୍ଦ୍ରକୁ ନଯାଇ ଜିଲ୍ଲା କାର୍ଯ୍ୟାଳୟ ନିକଟରେ ବୁଲୁଥିବା ଦେଖା ଯାଇଛି । କଳାଗଡ ଯଦୁପୁର ଅଂଚଳର ଦେବାଶିଷ ଦାସ, ପପୁ ସେଠୀ, ସୁଲଭ ସେଠୀ ଗୁଜୁରାଟରେ ରହି କାର୍ଯ୍ୟ କରୁଥିଲେ । ଗତକାଲି
ସେମାନେ ଭୁବନେଶ୍ୱର ରେ ପହଁଚି ଏକ ଅଟୋ ଭଡା କରି କେନ୍ଦ୍ରାପଡାରେ ପହଁଚିବା ପରେ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା ପଞ୍ଜିକରଣ କେନ୍ଦ୍ରକୁ ଯାଇ ନଥିଲେ । ଅପରପକ୍ଷରେ ଆଜି
ସେମାନେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ନିକଟରେ ସନ୍ଦେହ ଜନକ ଭାବେ\ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ପଚରାଉଚରା କରିବା ସହ ତାଙ୍କୁ କଲେଜ ପରିସରରେ ଥିବା ପଞ୍ଜିକରଣ କେନ୍ଦ୍ରକୁ ପଠାଇଥିଲେ ।