ସୁନ୍ଦରୀକୁ ଫେରାଇ ନିଅ : ମଧ୍ୟପ୍ରଦେଶକୁ ଓଡ଼ିଶା ବନବିଭାଗର ଚିଠି

ସୁନ୍ଦରୀକୁ ଫେରାଇ ନିଅ : ମଧ୍ୟପ୍ରଦେଶକୁ ଓଡ଼ିଶା ବନବିଭାଗର ଚିଠି

ଓଡିଶା ବଡ ଖବର ବିଶେଷ

#ସୁନ୍ଦରୀକୁ_ଫେରାଇ_ନିଅ    ଭୁବନେଶ୍ବର:   ବାଘୁଣୀ ସୁନ୍ଦରୀ ବର୍ତମାନ ସୁସ୍ଥ ଅଛି, ତେଣୁ ଯେତେଶୀଘ୍ର ପାରୁଛ ତାକୁ ଫେରାଇ ନିଅ । ଓଡ଼ିଶା ବନବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ବନବିଭାଗକୁ ଏହି ମର୍ମରେ ଏକ ପତ୍ର ଲେଖାଯାଇଛି । ଏଥିରେ କୁହାଯାଇଛି ଯେ, ବାଘୁଣୀର ହିଂସ୍ର ପ୍ରବୃତ୍ତି ଫେରାଇ ଆଣିବାକୁ ତୁରନ୍ତ ତାକୁ କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବା ଉଚିତ।

କେମିତି ଅଛି ବାଘୁଣୀ ସୁନ୍ଦରୀ? ଶିକାର କହୁଛି ନା ମାନ୍ଦା ହୋଇ ଶୋଇ ରହୁଛି?  ବନ ବିଭାଗ ପକ୍ଷରୁ ବାଘୁଣୀ ସୁନ୍ଦରୀ ବାବଦରେ ପୂରା ତଥ୍ୟ ସାମ୍ନାକୁ ଆସିଛି ।ଛୋଟ ଶିକାରକୁ ପାଣିରେ ବୁଡାଇ ମାରୁଛି ସୁନ୍ଦରୀ । କିନ୍ତୁ ଓଜନିଆ କିମ୍ବା ଆକ୍ରମଣାତ୍ମକ ଜନ୍ତୁକୁ ଶିକାର କରିବାକୁ ବାଘୁଣୀକୁ କରିବାକୁ ପଡୁଛି ଅଧିକ କସରତ । ସିସିଟିଭି କ୍ୟାମେରା ମାଧ୍ୟମରେ ବାଘୁଣୀ ସୁନ୍ଦରୀର ଶୋଇବା, ବସିବା, ଚାଲିବା, ଖାଇବା ଇତ୍ୟାଦିକୁ ଅନୁଧ୍ୟାନ କରୁଥିଲା ବନବିଭାଗ । ଯେଉଁଥିରୁ ଏମିତି କିଛି ଗତିବିଧିକୁ ନିରୀକ୍ଷଣ କରିଛି ବନବିଭାଗ । ଏ ସମ୍ବନ୍ଧିତ ଏକ ରିପୋର୍ଟ ମଧ୍ୟପ୍ରଦେଶ ବନବିଭାଗକୁ ପ୍ରଦାନ କରାଯାଇଛି ।

ହିଂସ୍ର ପ୍ରବୃତ୍ତି ଫେରେଇ ଆଣିବାକୁ ତୁରନ୍ତ ସୁନ୍ଦରୀ ବାଘୁଣୀକୁ କାହ୍ନା ଅଭୟାରଣ୍ୟକୁ ନିଆଯିବା ଦରକାର । କାହ୍ନାର ଘୋରେଲା ସେଂଟରରେ ଛଡାଯିବା ପାଇଁ ବାଘୁଣୀ ଯଥେଷ୍ଟ ସୁସ୍ଥ ଅଛି । ମଧ୍ୟପ୍ରଦେଶ ବନବିଭାଗକୁ ଓଡିଶା ଲେଖିଥିବା ଚିଠିରେ ଏ ନେଇ ଅନୁରୋଧ କରାଯାଇଛି ।

ବାଘ ସ୍ଥାନାନ୍ତଋଣ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ ଓଡିଶା ବନବିଭାଗକୁ ଭର୍ସନା କରିବା ପରେ ତୁରନ୍ତ ଏହାକୁ କାହ୍ନାକୁ ଫେରେଇ ନେବାକୁ କହିଥିଲେ । କିନ୍ତୁ ମଧ୍ୟପ୍ରଦେଶ ବନବିଭାଗ ସୁନ୍ଦରୀର ସ୍ୱାସ୍ଥ୍ୟ ଓ ଚାଲିଚଳଣ ନେଇ ଅଧିକ ତଥ୍ୟ ଦେବାକୁ ଓଡିଶାକୁ ଚିଠି ଲେଖି ଅନୁରୋଧ କରିଥିଲେ, ଯାହାର ଉତ୍ତର ଦେଇଛି ଓଡ଼ିଶା ।

ସାତକୋଶିଆରେ ଥିବା ପୁରୁଣା ବାଘୁଣୀ ସହ ପାଖାପାଖି ୧୩ ମାସ ଭିତରେ ସୁନ୍ଦରୀ ଏନକ୍ଲୋଜର ଭିତରେ ରହି ୨୫୩ଥର ମୁହାଁମୁହିଁ ହୋଇଥିବା କଥା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୫୦ଥର ଉଭୟ ଆକ୍ରମଣାତ୍ମକ ଭଙ୍ଗୀ ପ୍ରଦର୍ଶନ କରିଥିବା ବେଳେ ୪ଥର ସୁନ୍ଦରୀ ସେଠାରୁ ହଟି ଯିବାର ଦେଖାଯାଇଛି । ଅନ୍ୟ ସମୟରେ କେହି କାହାକୁ ଦେଖି ପାରି ନଥିବା କୁହାଯାଇଛି । ଏହା ସହିତ ବର୍ତମାନ ପ୍ରାୟ ଦେଢଣ୍ଟକ୍ୱିଣ୍ଟାଲ ଓଜନ ବିଶିଷ୍ଟ ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟ ସମ୍ବନ୍ଧିତ ରିପୋର୍ଟ ମଧ୍ୟ ମଧ୍ୟପ୍ରଦେଶକୁ ଦିଆଯାଉଛି ।