ସୁନାପୁର ବେଳାଭୂମିରୁ ବିଶାଳ ମୃତ ସାର୍କ ଉଦ୍ଧାର

ସୁନାପୁର ବେଳାଭୂମିରୁ ବିଶାଳ ମୃତ ସାର୍କ ଉଦ୍ଧାର

ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ

#ବିଶାଳ_ମୃତ_ସାର୍କ_ଉଦ୍ଧାର   ଚିକିଟି: ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଆଜି ଅପରାହ୍ନରେ ଏକ ବିଶାଳକାୟ ମୃତ ସାର୍କ ଉଦ୍ଧାର ହୋଇଛି। ଉକ୍ତ ସାର୍କଟି ମୁମୂର୍ଷୁ ଅବସ୍ଥାରେ ରହିଥିଲା। ସ୍ଥାନୀୟ ମତ୍ସଜୀବୀମାନେ ତାହାକୁ କାତ ସାହାଯ୍ୟରେ ଠେଲି ଠେଲି ଗଭୀର ସମୁଦ୍ରରେ ଛାଡ଼ିଥିଲେ। ପୁଣି ରାତିରେ ଉକ୍ତ ହେ୍ଵଲ ସାର୍କଟି ଆସି କୂଳରେ ଲାଗିଛି। ସାର୍କଟି ମୃତ ବୋଲି ଜଣାପଡ଼ିଛି। ଆସନ୍ତାକାଲି ମୃତ ସାର୍କର ଶବ ବ୍ୟବଛେଦ ହେବ ବୋଲି ଗଞ୍ଜାମ ଡିଏଫ୍‌ଓ ଅମ୍ଲାନ କୁମାର ଦାସ ସୂଚନା ଦେଇଛନ୍ତି। ଗତ ୧୯ତାରିଖରେ ମତ୍ସଜୀବୀଙ୍କ ଜାଲରେ ପଡ଼ି ଏକ ହେ୍ଵଲ ସାର୍କ ଗଞ୍ଜାମ ଗୋପାଳପୁର ବେଳାଭୂମି ଆସିଥିଲା। ମତ୍ସଜୀବୀମାନେ ତାହାକୁ ଗଭୀର ସମୁଦ୍ରରେ ଛାଡ଼ିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାତି ସୁନାପୁର ବେଳାଭୂମିରେ ଏକ କଳାରଙ୍ଗର ବିରାଟକାୟ ମାଛ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ମାଛଟିର ରଙ୍ଗ କଳା ହୋଇଥିବା ବେଳେ ଦେହରେ ଧଳା ଟୋପି ଟୋପି ଚିହ୍ନ ରହିଛ। ମାଛଟିର ଲମ୍ବ ୨୦ -୨୫ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୧୦ କ୍ୱିଣ୍ଟାଲ ହେବ ବୋଲି ସ୍ଥାନୀୟ ମତ୍ସଜୀବୀମାନେ ପ୍ରକାଶ କରିଛନ୍ତି। ଏହି ମାଛଟି ହେ୍ଵଲ ସାର୍କ ପ୍ରଜାତିର ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

ସ୍ଥାନୀୟ ଯୁବକମାନେ ହେ୍ଵଲ ସାର୍କକୁ ଦେଖି ୨ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ଡଙ୍ଗାର କାତ ସାହାଯ୍ୟରେ ଠେଲି ଠେଲି ନେଇ ଗଭୀର ସମୁଦ୍ରରେ ଛାଡ଼ିଥିଲେ। ପାତି ସୁନାପୁରର ଦେବହରି ବେହେରା, ଦୀପକ ବେହେରା, ଗୋପାଳ ବେହେରା, କୁରୁଣାକର ବେହେରା, ସିଦ୍ଧେଶ୍ୱର ବେହେରା, ବାଲାଜୀ ବେହେରା, ବନମାଳୀ ବେହେରା ଆଦି ୩୦ଜଣ ଯୁବକ ତିମିଟିକୁ ଗଭୀର ସମୁଦ୍ରରେ ଛାଡ଼ିଥିଲେ। ପୁଣି ୧ ଘଣ୍ଟା ପରେ ଅର୍ଥାତ ରାତି ୭ଟା ବେଳେ ସାର୍କଟି କୂଳକୁ ଚାଲି ଆସିଥିଲା। ପ୍ରକାଶ ଥାଉ କି, ଗଭୀର ସମୁଦ୍ରରେ କିଛି ମତ୍ସଜୀବୀ ଜାଲ ପକାଇଥିଲେ। ଉକ୍ତ ଜାଲରେ ପଡ଼ି ହେ୍ଵଲ ସାର୍କଟି ଲହଡ଼ିରେ ଠେଲି ହୋଇ କୂଳକୁ ଆସି ଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ୨୦୧୮ ଗତ ସେପ୍ଟେଟର ୨୯ ତାରିଖରେ ପାତି ସୁନାପୁର ବେଳୋଭୂମିରେ ଏକ ହେ୍ଵଲ ସାର୍କ ମୁମୂର୍ଷୁ ଅବସ୍ଥା ପଡ଼ିଥିଲା। ସ୍ଥାନୀୟ ଯୁବକମାନେ ଉକ୍ତ ହେ୍ଵଲ ସାର୍କକୁ ନେଇ ଗଭୀର ସମୁଦ୍ରରେ ଛାଡ଼ିଥିଲେ।