ସିଲ୍ ହେଲା ବାପୁଜୀନଗର

ସିଲ୍ ହେଲା ବାପୁଜୀନଗର

ଓଡିଶା ବଡ ଖବର

#ସିଲ୍_ହେଲା_ବାପୁଜୀନଗର       ଭୁବନେଶ୍ୱର  :  ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ କରିଦିଆଯାଇଛି । ବିଏମସି ପକ୍ଷରୁ ମାର୍କେଟ୍ କୁ ସିଲ୍ କରାଯାଇଛି । କେବଳ ଜରୁରୀ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ବୋଲି ବିଏମସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟକୁ ଅର୍ନିଦ୍ଦିଷ୍ଟ କାଳ ଯାଏ ସିଲ୍ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଲକ୍ ଡାଉନ୍ ନିୟମ କୋହଳ ନେଇ ଜାରି ହୋଇଥିବା ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ଗୋଟିଏ ବିଲଡିଂରେ ୫ ଟିରୁ ଅଧିକ ଦୋକାନ ରହିଥିଲେ ତାହା ଖୋଲା ଯାଇପାରିବ ନାହିଁ । ସେହିପରି ଦୋକାନ ଖୋଲିଲେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀ କାମ କରିବେ । ସମସ୍ତେ ସାମାଜିକ ଦୂରତା ମାନିବା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି ନିୟମ ମାନିନଥିବାରୁ ମାର୍କେଟ୍ କୁ ସିଲ୍ କରାଯାଇଛି ।