ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

ଓଡିଶା ବଡ ଖବର

କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ। ସୁପ୍ରିମକୋର୍ଟ କଲିଜିୟମ  ଆଇନଜୀବୀ ସାବିତ୍ରୀ ରଥଙ୍କ ନାମରେ ମୋହର ମାରିଛନ୍ତି । ୨୨ ତାରିଖ ଦିନ ଅନୁଷ୍ଠିତ ବୈଠକରେ ରେକର୍ଡ ତଥା ତଥ୍ୟକୁ ଅନୁଶୀଳ କରି ସୁପ୍ରିମକୋର୍ଟ କଲିଜିୟମ ହାଇକୋର୍ଟଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି । ବୈଠକରେ ଆଇନଜୀବୀ ସାବିତ୍ରୀ ରଥଙ୍କୁ ବିଚାରପତି ପଦବୀ ପାଇଁ ନିଷ୍ପତ୍ତି ହୋଇଛି ।

ଗତ ବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ସୁପ୍ରିମକୋର୍ଟର ତତ୍କାଳୀନ କଲିଜିୟମ ବୈଠକରେ ଦୁଇଜଣଙ୍କ ନାମରେ ମୋହର ବାଜିଥିଲେ ବି ଆଡଭୋକେଟ ସାବିତ୍ରୀ ରଥଙ୍କ ସଂପର୍କରେ ନିଷ୍ପତ୍ତି ସ୍ଥଗିତ ରହିଥିଲା। ଏବେ ତାଙ୍କ ନାଁରେ ମୋହର ଲଗାଇଛନ୍ତି ସୁପ୍ରିମକୋର୍ଟ କଲିଜିୟମ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟନିର୍ବାହୀ ମୁଖ୍ୟବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡାଙ୍କୁ ମିଶାଇ ୧୩ ଜଣ ବିଚାରପତି ରହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌ ଜାଭେରି ଅବସର ନେବା ପରଠାରୁ ବରିଷ୍ଠ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ଦାୟିତ୍ବରେ ଅଛନ୍ତି।