ସାବିତ୍ରୀ ରଥ ହାଇକୋର୍ଟ ବିଚାରପତି ନିଯୁକ୍ତ

ସାବିତ୍ରୀ ରଥ ହାଇକୋର୍ଟ ବିଚାରପତି ନିଯୁକ୍ତ

ଓଡିଶା ବଡ ଖବର ମହାନଗର

#ସାବିତ୍ରୀ_ରଥ_ହାଇକୋର୍ଟ_ବିଚାରପତି_ନିଯୁକ୍ତ          ଭୁବନେଶ୍ୱର  : ସୁଶ୍ରୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି । ଏ ନେଇ ମଙ୍ଗଳବାର ଦିନ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଂଚିଛି ।

ସୁଶ୍ରୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରିବେ । ତାଙ୍କ ପୂର୍ବରୁ ଜଷ୍ଟିସ ଅମିୟ କୁମାରୀ ପାଢୀ ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ସମ୍ମାନଜନକ ପଦବୀରେ ନିଯୁକ୍ତି ପାଇଥିଲେ ।

ଉଲ୍ଲେଖଯୋଗ୍ୟ ଗତ ଜାନୁୟାରୀ ୨୨ ତାରିଖରେ ସୁପ୍ରିମକୋର୍ଟ କୋଲେଜିୟମ୍ କେନ୍ଦ୍ର ସରକାରଙ୍କୁ ସୁଶ୍ରୀ ସାବିତ୍ରୀ ରଥଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ଲାଗି ସୁପାରିଶ କରିଥିଲା । ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ ।