ସାତ ଜଣ ନୂଆ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର

ସାତ ଜଣ ନୂଆ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର

ଓଡିଶା ବଡ ଖବର

#ସାତ_ନୂଆ_କରୋନା_ପଜିଟିଭ_ରୋଗୀଙ୍କ_ସମ୍ପର୍କରେ_ତଥ୍ୟ_ଦେଲେ_ସରକାର        ଭୁବନେଶ୍ୱର  : ମଙ୍ଗଳବାର ଚିହ୍ନଟ ହୋଇଥିବା ସାତ କରୋନା ସଂକ୍ରମିତଙ୍କ ସମ୍ପର୍କରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଭଦ୍ରକର ତିନି ଜଣ ସଂକ୍ରମିତ ହେଉଛନ୍ତି ପୁରୁଷ । ସେମାନଙ୍କର ବୟସ ୪୫ ବର୍ଷ. ୨୮ ବର୍ଷ ଓ ୨୯ ବର୍ଷ । ଏମାନେ ସମସ୍ତେ ପଶ୍ଚିମ ବଙ୍ଗ ଲିଙ୍କରୁ ସଂକ୍ରମିତ ହୋଇଥିବା ବିଭାଗ ପକ୍ଷରୁ କୁହା ଯାଇଛି । ଏମାନଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା ବୋଲି ମଧ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛିା
ସେହିପରି ଭାବେ ସୁନ୍ଦରଗଡର ରାଉରକେଲା ନାଲା ରୋଡ ଅଂଚଳରୁ ଚାରୋଟି ସଂକ୍ରମଣ ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଦୁଇ ଜଣ ମହିଳା ଅଛନ୍ତି । ଏମାନଙ୍କର ବୟସ ଯଥାକ୍ରମେ ୫୫ ବର୍ଷ (ମହିଳା), ୩୫ ବର୍ଷ (ମହିଳା). ୩୮ ବର୍ଷୀୟ ପୁରୁଷ ଓ ୨୭ ବର୍ଷୀୟ ପୁରୁଷ ଅଛନ୍ତି । ଏମାନଙ୍କ ମଧ୍ୟରେ ମଧ୍ୟ କୌଣସି ଲକ୍ଷଣ ନ ଥିଲା । ସେମାନେ ପୂର୍ବବର୍ତ୍ତି ରୋଗୀଙ୍କର ସମ୍ପର୍କରେ ଆସି ସଂକ୍ରମିତ ହୋଇଛନ୍ତି ।