ସାଉଥକୋର ଭିତିରିକଥା, ନାଲି ଫିତା ତଳେ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ଅଭିଯୁକ୍ତ ଅଧିକାରୀ ଏବେ ମୋ ସରକାର ଦାୟିତ୍ୱରେ

ସାଉଥକୋର ଭିତିରିକଥା, ନାଲି ଫିତା ତଳେ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ଅଭିଯୁକ୍ତ ଅଧିକାରୀ ଏବେ ମୋ ସରକାର ଦାୟିତ୍ୱରେ

ଓଡିଶା ଗଞ୍ଜାମ ଜିଲ୍ଲା

#ନାଲି_ଫିତା_ତଳେ_ମନ୍ତ୍ରୀଙ୍କ_ତଦନ୍ତ_ନିର୍ଦ୍ଦେଶ   ବ୍ରହ୍ମପୁର: ସାଉଥକୋର ଦୁର୍ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଯିଏ ଦୁର୍ନୀତିରେ ଉବୁଟୁବୁ ତାକୁ ବର୍ତ୍ତମାନ ବିଭାଗ ଦେଇଛି ମୋ ସରକାରର ନୋଡ଼ାଲ୍ ଅଫିସର ଦାୟିତ୍ୱ । ତତ୍କାଳୀନ ସେବା ଯୋଗାଉଥିବା ସାଉଥକୋ ଏବେ କିଛି ଅଫିସରଙ୍କ ପାଇଁ ଦୁର୍ନୀତିରେ ଉବୁଟୁବୁ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ସାଧାରଣ ଉପଭୋକ୍ତା ହନ୍ତସନ୍ତ ଓ ନୟାନ୍ତ ହେଉଛନ୍ତି । ସାଉଥକୋ ବିରୁଦ୍ଧରେ ଏପରି ଅଭିଯୋଗ ଆଣିଛି ଅଲ୍ ଇଣ୍ଡିଆ ଫରାୱାର୍ଡ ବ୍ଲକ୍ ଓଡ଼ିଶା ରାଜ୍ୟ କମିଟି । ପୂର୍ବରୁ ଦୁର୍ନୀତିର ସଂଗୀନ ମାମଲାରେ ଅଭିଯୁକ୍ତ ଥିବା ମୁଖ୍ୟ ପରିଚାଳନା ଅଧିକାରୀ ପି. ଅରୁଣ କୁମାର ଓ ସାଉଥକୋର ଜେନାରାଲ୍ ମ୍ୟାନେଜର ଲେଙ୍କା ପ୍ରସାଦ ସଂପୃକ୍ତ ଥିବା କଥା ପଦାକୁ ଆସିଥିଲେ ମଧ୍ୟ ଏହି ଦୁଇ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ ଅଧିକାରୀ ଦ୍ୱୟଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ଗତ ୨୧.୧୨.୨୦୧୯ ଚିଠି ନମ୍ବର ୧୧୧୩୨ ମାଧ୍ୟମରେ ଶକ୍ତିମନ୍ତ୍ରୀ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯାହାର ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଯାଏଁ ଆରମ୍ଭ ହୋଇନାହିଁ ।

ଅନ୍ୟ ପକ୍ଷରେ ଉକ୍ତ ଅଧିକାରୀଙ୍କୁ ମୋ ସରକାରର ନୋଡ଼ାଲ ଅଫିସର ଭାବରେ ନିଯୁକ୍ତି ଦେବା କେତେ ଦୂର ଶାସନଗତ ସ୍ୱଚ୍ଛତା ଅଣାଯାଇପାରିବ ବୋଲି ଦଳ ଅଭିଯୋଗ କରିଛି । ସାଉଥକୋ ଜେନାରାଲ୍ ମ୍ୟାନଜର ଶ୍ରୀ ଲେଙ୍କା ପ୍ରସାଦଙ୍କ ନାମରେ ପୂର୍ବରୁ ଦୁର୍ନୀତିର ଅନେକ ଅଭିଯୋଗ ରହିଛି । ସେ ଦାୟିତ୍ୱରେ ଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଅହେତକୁ ଅନୁକମ୍ପା ପ୍ରଦର୍ଶନ କରି ସାଉଥକୋର କୋଟି କୋଟି ଟଙ୍କା ରାଜସ୍ୱ ହାନୀ କରିଥିବା ବେଳେ ନିଜ ପକେଟ୍ ଗରମ କରିବାରେ ସକ୍ଷମ ହୋଇପାରିଛନ୍ତି । ୨୦୧୧ ମସିହାରେ ଶ୍ରୀ ଲେଙ୍କା ପ୍ରସାଦ ବ୍ରହ୍ମପୁରର ଏକ ଘରୋଇ ଡ଼ାକ୍ତରଖାନାକୁ ବିଦ୍ୟୁତ୍ ଯୋଗାଣ ପାଇଁ ୧୫୬କେବିଏ ଲୋଡ଼୍ ଏଗ୍ରିମେଣ୍ଟ କରାଇଥିଲେ ଓ ପରେ ଉକ୍ତ ଡ଼ାକ୍ତରଖାନାକୁ ୧୧୦କେବିଏ ବିଦ୍ୟୁତ୍ ଯୋଗାଣର ବିଲ୍ ଜେନେରେଟ୍ କରାଇଥିଲେ । ଯାହା ଫଳରେ ସାଉଥକୋକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ଏହା ଦୀର୍ଘ ବର୍ଷ ଧରି ଚାଲିଥିବା ବେଳେ ୨୦୧୮ରେ ସାଉଥକୋ ଭିଜିଲାନ୍ସ ବିଭାଗ ଦ୍ୱାରା ଏହା ଧରାପଡ଼ିଛି । କିନ୍ତୁ ତା’ସତ୍ତ୍ବେ ମଧ୍ୟ ମୁଖ୍ୟ ପରିଚାଳନା ଅଧିକାରୀ ପି. ଅରୁଣ କୁମାର ସହିତ ଲେଙ୍କାପ୍ରସାଦଙ୍କ ମଧୁଚନ୍ଦ୍ରିକା ଥିବା କାରଣରୁ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ଶ୍ରୀ ଅରୁଣ କୁମାର ନାଲି ଫିତା ତଳେ ଚାପି ଦେଇ ରଖିଛନ୍ତି । ସରକାର ଶାସନରେ ସ୍ୱଚ୍ଛତା ଆଣିବା ପାଇଁ ୫ଟି ଓ ମୋର ସରକାର ବ୍ୟବସ୍ଥା କାର୍ଯ୍ୟକାରି କରାଉଥିବା ବେଳେ ଏହି ଯୋଜନାରେ ଗଂଜାମ ଜିଲ୍ଲା ସାଉଥ୍କୋର ନୋଡ଼ାଲ୍ ଅଫିସର ଭାବେ କିପରି ଏକ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମୋ ସରକାରର ନୋଡ଼ାଲ୍ ଅଧିକାରୀ ଭାବେ ଦାୟିତ୍ୱ ଦିଆଗଲା ବୋଲି ଫରୱାର୍ଡ ବ୍ଲକର ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜସ୍ୱହାନୀକୁ ରୋକିପାରିଲେ ଦିଲ୍ଲୀରେ ଯେପରି ଗରିବ ଜନତାଙ୍କୁ ମାଗଣା ବିଦ୍ୟୁତ୍ ମିଳୁଛି ସେପରି ଓଡ଼ିଶାରେ ମଧ୍ୟ ସମ୍ଭବ ହୋଇପାରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।