ସରକାରୀ କର୍ମଚାରୀଙ୍କ ସରକାରୀ ନିୟମକୁ ଫୁ...

ସରକାରୀ କର୍ମଚାରୀଙ୍କ ସରକାରୀ ନିୟମକୁ ଫୁ…

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର
 #କର୍ମଚାରୀଙ୍କ_ସରକାରୀ_ନିୟମକୁ_ଫୁ…             ବ୍ରହ୍ମପୁର :    କରୋନା ମହାମାରୀ କୁ ରୋକିବା ପାଇଁ କୌଣସି ସଫଳ ଔଷଧ ଏ ପର୍ଯ୍ୟନ୍ତ ବହାରିନାହିଁ ।କିନ୍ତୁ ଏ କ୍ଷେତ୍ରରେ ସାମାଜିକ ଦୂରତା ହିଁ ସର୍ବାଧିକ ଫଳପ୍ରେଷ୍ୟ ସାବସ୍ତ୍ୟ ହୋଇଛି ।ତେଣୁ ସରକାରଙ୍କ ତରଫରୁ ସାମାଜିକ ଦୁରତ୍ୱକୁ ବଜାୟ ରଖିବା ପାଇଁ ସର୍ବାଧିକ ଗୁରୁତ୍ୱ ଦିଆ ଯାଉଛି।ଉଚ୍ଚ ପଦସ୍ତ ଅଧିକାରୀମାନେ ରାତି,ଦିନ ଏକ କରି ସମାଜରେ ସାମାଜିକ ଦୂରତ୍ୱ କେମିତି ବଜାୟ ରହିବ ସେଥିପ୍ରତି ଚେଷ୍ଟା କରୁଛନ୍ତି ।କିନ୍ତୁ ତଳ ସ୍ତରର କର୍ମଚାରୀ ମାନେ ମାନମୁଖୀ କାର୍ଯ୍ୟ କରୁଥିବାର ଦେଖା ଯାଉଛି ।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୋଲସରା ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତ ମୁକ୍ତାମାଳ ଦେଇ ପୁର ଶାସନ ଗ୍ରାମରେ ।ଆଜି ସକାଳେ ପଞ୍ଚାୟତର ଜିଆରଏସ ଜଗନ୍ନାଥ ମିଶ୍ରଙ୍କ ନିର୍ଦ୍ଧେଶରେ ଗାଁ ପୋଖରୀରେ ମାଛ ଧରାଯାଇଥିଲା ।ମାଛ ଧରିବା ସମୟରେ ଶହେରୁ ଉର୍ଦ୍ଧ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହେବାର ଲକ୍ଷ କରା ଯାଇଥିଲା । ଏପରିକି ନିଜେ ଜଗନ୍ନାଥ ମିଶ୍ର ସରକାରୀ କର୍ମଚାରୀ ହୋଇମଧ୍ୟ ନିଜେ ଖାତା, ପେନ ଧରି ମାଛ ବ୍ୟବସାୟର ସମ୍ପୂର୍ଣ୍ଣ ହିସାବ ବୁଝୁଥିଲେ। ଏହି ସମୟରେ ସେ ସରକାରଙ୍କ ସମସ୍ତ କଟକଣା କୁ ଭୁଲି ଯାଇଥିଲେ । ପୋଲସରା ବିହିଓ ଏବଂ ତହସିଲଦାର ଏହାକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହେଉଛି ।