ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ସାଢ଼େ ୩ ଲକ୍ଷ କର୍ମଚାରୀ ପାଇବେ ୧୦ ପ୍ରତିଶତ ବକେୟା ଦରମା

ଓଡିଶା ବଡ ଖବର

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ  ବକେୟା ଦରମାର ୧୦ ପ୍ରତିଶତ ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଘୋଷଣାରୁ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।

ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି କି ଆର୍ଥିକ ବର୍ଷ ୨୦୧୭-୧୮ ଓ ୨୦୧୮-୧୯ ପାଇଁ ପେନ୍‌ସନ୍‌ଭୋଗୀଙ୍କ ଶତ ପ୍ରତିଶତ ବକେୟା ଦେବେ। ସେହିଭଳି  ୪୦ ପ୍ରତିଶତ କର୍ମଚାରୀ ସେମାନଙ୍କ ବକେୟା ପାଇବେ।