ଲକ୍ ଡାଉନ୍ ବେଳେ ଜବତ ଗାଡି ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସବୁ ହସ୍ପିଟାଲରେ ଡାକ୍ତର ନିଯୁକ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡିଶା ବଡ ଖବର

#ଡାକ୍ତର_ନିଯୁକ୍ତ_କରିବାକୁ_ହାଇକୋର୍ଟଙ୍କ_ନିର୍ଦ୍ଦେଶ             କଟକ   :    କରୋନା ମୁକାବିଲା ପାଇଁ ରାଜ୍ୟର ସବୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।
ଏଥିସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସରକାର ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବା ସହ ନିହାତି ଆବଶ୍ୟକ ନଥିଲେ କର୍ତବ୍ୟରତ ଡାକ୍ତରଙ୍କୁ ଛୁଟି ନ ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାଘାଟରେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କୁ ହଇରାଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିଏମଇଟି ଓ ରାଜ୍ୟ ପୁଲିସ୍ ବିଭାଗକୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ ।