ସନ୍ଥ କବି ଭୀମଭୋଇଙ୍କ ସମାଧିପୀଠରେ ମାଘମେଳା

ଓଡିଶା ପର୍ଯ୍ୟଟନ ବଡ ଖବର

ସୁବର୍ଣ୍ଣପୁର :  ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିଠାରେ ଥିବା ସନ୍ଥ କବି ଭୀମଭୋଇଙ୍କ ସମାଧିପୀଠରେ ଆରମ୍ଭ ହୋଇଛି  ମାଘମେଳା ।ଚାରି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳା  ମହିମାଧର୍ମୀ ସାଧୁସନ୍ୟାସୀଙ୍କ ଭଜନ ଜଣାଣରେ ମୁଖରିତ  ହୋଇଉଠୁଛି  । ସନ୍ଥ ଭୀମଭୋଇଙ୍କ ସମାଧିପୀଠରେ ହଜାର ହଜାର ମହିମାଧର୍ମୀ ସାଧୁ ସନ୍ୟାସୀ ,ଭୀମଭୋଇ ସାହିତ୍ୟ ରସିକ ,ଗବେଷକ ତଥା ପର୍ଯ୍ୟଟକଙ୍କ ଭିଡ ଜମୁଛି  ।

 ମାଘମେଳା ଉତ୍ସବ ଅବସରରେ ଏହି ସମାଧୀପୀଠରେ ମାଘ ଚତୁର୍ଦ୍ଧଶୀ ଓ ପୂର୍ଣ୍ଣମୀ ତିଥିରେ ଖୋଲା ରହୁଥିବା ପାଦୁକା ମନ୍ଦିର ଓ ଶୂନ୍ୟ ମନ୍ଦିର ଦର୍ଶନ ପାଇଁ ବେଶ ଭିଡ ଜମୁଛି  ସନ୍ଥ ପୀଠରେ  ।

ଚାରିଦିନ ଧରି ପାଳିତ ହେଉଥିବା ଏଥର ମାଘମେଳାରେ ରାଜ୍ୟ ତଥା ପଡୋଶୀ ରାଜ୍ୟ ଗୁଡିକରୁ ବି ମହିମାଧର୍ମୀ ସାଧୁ ସନ୍ୟାସୀ ସାମିଲ ହେ।ଇଛନ୍ତି । ମନ୍ଦିର ପରିସରରେ ସମୂହ ମହିମା ଭଜନ ଚାଲିଛି  ।ଏହା  ସହିତ  ପ୍ରସାଦ ସେବନ  ବାହାରେ ମେଳାରେ  ଦୋକାନ ବଜାର ,ମିନାବଜାର ଲାଗିଛି  ।