ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

ଓଡିଶା କେନ୍ଦୁଝର ଜିଲ୍ଲା ବଡ ଖବର ରାଜ୍ୟ

#ସଡ଼କ_ଦୁର୍ଘଟଣାରେ_ଦୁଇ_ବାଇକ୍_ଆରୋହୀ_ମୃତ     ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ନୂଆଗାଁ ନିକଟରେ ଏକ କଲଭର୍ଟରେ ପିଟି ହୋଇ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଗୁରୁବାର ଅପରାହ୍ନ ୩ଟା ସମୟରେ ରାଜନଗରଗ୍ରାମରୁ ଭୃଙ୍ଗରାଜ ପଶି ଗ୍ରାମକୁ ବାଇକ ଯୋଗେ ଯାଉଥିବା ଭୃଙ୍ଗରାଜ ପଶିର ମନୁ ନାଏକଙ୍କ ପୁଅ ବିଦ୍ୟାଧର ନାଏକ(୩୫) ଓ ମୟୂରଭଞ୍ଜ ଜିଲା ରରୁଆଁ ଥାନା ପଣ୍ଡାବିଲା ଗ୍ରାମର କୁମର ନାଏକଙ୍କ ପୁଅ ଲିଟୁନ ନାଏକ(୨୦)ଙ୍କ ବାଇକଟି ନୂଆଗାଁ ନିକଟରେ ଏକ କଲଭର୍ଟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମୃତ୍ୟୁବରଣ କରିଥିଲେ। ଖବର ପାଇ ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଆଳ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଡକାଇ ଦୁଇ ଯୁବକଙ୍କ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଦୁଇ ଯୁବକଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।