ସଂଗରୋଧ ଶିବିର ରେ ଭୂତ ଆତଙ୍କ ଅଭିଯୋଗ ପରେ ଖାଲି ହେଲା

ସଂଗରୋଧ ଶିବିର ରେ ଭୂତ ଆତଙ୍କ ଅଭିଯୋଗ ପରେ ଖାଲି ହେଲା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ସଂଗରୋଧ_ଶିବିରରେ_ଭୂତ_ଆତଙ୍କ           କେନ୍ଦ୍ରାପଡା : କେନ୍ଦ୍ରାପଡାକୁ ଗତ ସପ୍ତାହ ତଳେ କେରଳରୁ ଫେରିଥିବା ୧୪୭ ଜଣ ପ୍ରବାସୀ ଗୋପ ସ୍ଥିତ ତୁଳସୀ ମହିଳା
ମହାବିଦ୍ୟାଳୟ ଅସ୍ଥାୟୀ ସଂଗରୋଧ ଶିବିରରେ ରହିଥିଲେ । ୧୪୭ ଜଣ ଯୁବତୀ ଏହି କେନ୍ଦ୍ରରେ ୪/୫ ଦିନ ରହିବା ପରେ ସଂଗରୋଧ ଶିବିର ରେ ଭୂତ ଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟତିବ୍ୟସ୍ତ ହୋଇ ଦାୟିତ୍ୱରେ ଥିବା ଡାକ୍ତରଙ୍କ ମାଧ୍ୟମରେ ସେଠାରେ ରହୁଥିବା ଯୁବତୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଦାୟିତ୍ୱରେ ଥିବା ଡ଼ଃ ବିକେ ଦାସ କହିବା ମୁତାବକ ଏହି ସଂଗରୋଧ ଶିବିରରେ ରହିଥିବା ଯୁବତୀ ମାନଙ୍କ ମଧ୍ୟରୁ କେତେକ ମାନସିକ ସ୍ତରରେ ଦୁର୍ବଳ ଥିବାରୁ ମାନସିକ ଭାରସାମ୍ୟ ହରାଇ ଏମାନେ ଭୂତପ୍ରେତ କଥା କହୁଛନ୍ତି । କିନ୍ତୁ ପ୍ରକୃତରେ ଏଠାରେ କୈାଣସି ପ୍ରକାର ର ଅସୁବିଧା ନାହିଁ । ପ୍ରଶାସନ ଏହି ଘଟଣା ଜାଣିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା , ନୋଡାଲ ଅଫିସର ଦିଲିପ କୁମାର ପରିଡା, କେନ୍ଦ୍ରାପଡା ପୈାରସଂସ୍ଥା ନିର୍ବାହୀ ଯନ୍ତ୍ରୀ ଦେବ ପ୍ରସାଦ ବଳ ଏବଂ ଅନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳ ପରିଦର୍ଶନ କରିବା ପରେ କେରଳରୁ ଆସିଥିବା ୧୪୭ ଜଣଙ୍କ ମଧ୍ୟରୁ ଅଧିକାଂଶ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳର ହୋଇ ଥିବାରୁ ରାଜନଗର ସଂଗରୋଧ ଶିବିରକୁ ୧୨୮ ଜଣଙ୍କୁ ଓ ଅଭୟା ସଂସ୍କୃତ ମହା ବିଦ୍ୟାଳୟ ସଂଗରୋଧ ଶିବିରକୁ ୧୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ରହିଥିବା ସୋନପୁର ଅଂଚଳର ୧୦ଜଣ ଓ
ନୂଆପଡାର ୨ ଜଣଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ତୁଳସୀ ମହିଳା ମହାବିଦ୍ୟାଳୟ ସଂଗରୋଧ ଶିବିର କୁ ସଂପୂର୍ଣ୍ଣ ଭାବରେ ଖାଲି କରି ଦିଆଯାଇଥିବା ଜଣା ପଡିଛି ।