ସଂକ୍ରମଣ ଆଶଙ୍କାରେ ଡାକ୍ତରଖାନାରେ ଆଜିଠାରୁ କଟକଣା

ସଂକ୍ରମଣ ଆଶଙ୍କାରେ ଡାକ୍ତରଖାନାରେ ଆଜିଠାରୁ କଟକଣା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ସଂକ୍ରମଣ_ଆଶଙ୍କାରେ_ଡାକ୍ତରଖାନାରେ_ଆଜିଠାରୁ_କଟକଣା           କେନ୍ଦ୍ରାପଡା  : କରୋନା ଭୂତାଣୁ ସଂକ୍ରମଣ ର ଅଶଙ୍କା ଥିବାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଟକଣା ଲାଗୁ କରାଯାଇଛିା ଚିକିତ୍ସାଳୟକୁ ଦୈନିକ ଶହ ଶହ ସଂଖ୍ୟକ ରୋଗୀ ଆସୁଥିବା ବେଳେ ଏମାନଙ୍କ ମଧ୍ୟରେ କରୋନା ଭୂତାଣୁ ବାହକ ଥିବା ଆଶଙ୍କା ରହିଛି । ଏହା ସହ ଅସନ୍ତା ୩ ତାରିଖ ପରେ ଜିଲ୍ଲା ମଧ୍ୟକୁ ପ୍ରବାସୀ କେନ୍ଦ୍ରାପଡା ବାସୀନ୍ଦା ମାନେ ଫେରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ଉଚ୍ଚ ସ୍ତରୀୟ ବୈଠକର ନିଷ୍ପତ୍ତି କ୍ରମେ ବୁଧବାର ଠାରୁ ଡାକ୍ତରଖାନା ମୁଖ୍ୟ ଫାଟକରେ ଅଟକାଯାଇ
ରୋଗୀ ମାନଙ୍କ ସଂପର୍କରେ ପଚରାଉଚରା କରାଯିବ । ଜ୍ୱର, ଥଣ୍ଡା କାଶ ଆଦି ଲକ୍ଷଣ ଭୋଗୁଥିବା ରୋଗୀମାନେ ସ୍ୱତନ୍ତ୍ର ଭାବେ ନିଯୂକ୍ତ ଡାକ୍ତରଙ୍କ ପାଖରୁ ନିଦାନ ନେଇ ପାରିବେ । ଅନ୍ୟ ପକ୍ଷରେ ଅନ୍ୟାନ୍ୟ ରୋଗ ଓ ପ୍ରସୂତି ମାନଙ୍କ ପାଇଁ ଅଲଗା ବିଭାଗ ଓ ଚିକିତ୍ସକ ମାନଙ୍କର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଓ ରୋଗୀ ମାନଙ୍କ ମଧ୍ୟରେ ଅପୋଷ ମିଳାମିଶା କୁ ଦୂରେଇ ରଖିବା ପାଇଁ ଏହି ନୂତନ କଟକଣା ଲାଗୁ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ ମହାନ୍ତି, ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତି ଶଙ୍କର ସାମନ୍ତରାୟ, କରୋନା ଦ୍ୱାୟିତ୍ୱରେ ଥିବା ଡ଼ଃ ସଚୀତାନନ୍ଦ ମିଶ୍ର, ଡ଼ଃ କିଶୋର କୁମାର ମିଶ୍ର, ଡ଼ଃ ଅଶୋକ କର ଓ ଡ଼ଃ ନୃପେନ୍ଦ୍ର ଶତପଥୀ ସମେତ ବୈଠକରେ ଉପସ୍ଥିତ ରହି ନୀତି ନିର୍ଦ୍ଧାରଣ କରିଥିଲେ ।