ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରୀ ତେଲ

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରୀ ତେଲ

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ଶ୍ରୀଜୀଉଙ୍କ_ଶ୍ରୀଅଙ୍ଗରେ_ଲାଗିହେଲା_ଫୁଲୁରୀ_ତେଲ              ପୁରୀ  :   ଅଣସର ପଞ୍ଚମୀ ତିଥିରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବାର ପରମ୍ପରା ରହିଛି । ଏହା ମହାପ୍ରଭୁଙ୍କ ଏକ ଗୁପ୍ତ ସେବା ହୋଇଥିବାରୁ ଆଜି ସଂନ୍ଧ୍ୟାରେ ଓଡ଼ିଆ ମଠରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଏହି ମହୌଷଧି ନିଆଯାଇଛି । ମେକାପ ମାନେ ତାହାକୁ ପତି ମହାପାତ୍ରଙ୍କୁ ଅର୍ପଣ କରିଛନ୍ତି । ଏହାପରେ ଶ୍ରୀଜୀଉମାନଙ୍କ ଠାରେ ଏହି ତେଲ ଲାଗି କରାଯାଇଛି । ନୀଳାଦ୍ରି ମହୋଦୟ ଶାସ୍ତ୍ରାନୁସାରେ ବିଶ୍ୱାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାନ୍ତି। ପୀଡ଼ା ଲାଘବ ପାଇଁ ଅଣସର ପଞ୍ଚମୀ ଦିନ ଏହି ତେଲ ଶ୍ରୀଜୀଉମାନଙ୍କ ଶ୍ରୀ ଅଙ୍ଗରେ ଲାଗି ହୋଇଥାଏ।

ସୂଚନାଯୋଗ୍ୟ, ଫୁଲୁରୀ ତେଲ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ। ଏହି ତେଳ ପାଇଁ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ। ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣରେ ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଥାଏ।