ଶେଷ ହେଲା ମାଟ୍ରିକ ପରୀକ୍ଷା, ୧୮ରୁ ଖାତାଦେଖା

ଶେଷ ହେଲା ମାଟ୍ରିକ ପରୀକ୍ଷା, ୧୮ରୁ ଖାତାଦେଖା

ଓଡିଶା କଟକ ଜିଲ୍ଲା ବଡ ଖବର ରାଜ୍ୟ

#ଶେଷ_ହେଲା_ମାଟ୍ରିକ_ପରୀକ୍ଷା  କଟକ:  ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଆସନ୍ତା ୧୮ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା  ଆରମ୍ଭ ହେବ । ଏହି ମୂଲ୍ୟାୟନ ପ୍ରକ୍ରିୟା ୨୦ ଧରି ଚାଲିବ ଏବଂ  ୧୫ ହଜାରରୁ ଅଧିକ ଶିକ୍ଷକ / ଶିକ୍ଷୟିତ୍ରୀ ଏଥିରେ ସାମିଲ ହେବେ । ୬୨ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ ସଭାପତି ।

ତେବେ ଏଥର  ୫ଲକ୍ଷ ୬୦ ହଜାର ୯୦୫ ପରୀକ୍ଷାର୍ଥୀ ମାଟ୍ରିକ  ପରୀକ୍ଷା ଦେଇଛନ୍ତି । ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ସ୍ୱଚ୍ଛ  ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯିବା ସହ ହଜାରେ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିଲା । ସେହିଭଳି ଚଳିତ ବର୍ଷ ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ବୁକଲେଟକୁ ଘରକୁ ଆଣିବାକୁ ବାରଣ କରାଯାଇଥିଲା ।

ଚଳିତବର୍ଷ ନୂତନ ଢାଞ୍ଚ‌ାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ଅବଲମ୍ବନ ପାଇଁ ନକ୍‌ସା ତିଆରି ହୋଇଥିଲା।  ପ୍ରଥମ ଥର ଲାଗି ଏଥର  ମାଟ୍ରିକ ପରୀକ୍ଷାକୁ କପି ମୁକ୍ତ କରିବାକୁ ପ୍ରଶ୍ନପତ୍ରରେ ଏକ ଡିଜିଟାଲ କୋଡ ଖଞ୍ଜାଯାଇଥିଲା । ପ୍ରଶ୍ନ ପତ୍ରର ଜେରକ୍ସ କଲେ କିମ୍ବା ଫଟୋ ଉଠାଇ ଭାଇରାଲ କରିବାକୁ ଉଦ୍ୟମ କଲେ ତାହା ସଙ୍ଗେ ସଙ୍ଗେ ଆଡମିନଙ୍କୁ ଜଣାପଡିଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା ।