ଶିଶୁରୋଗ ବିଶେଷଜ୍ଞଙ୍କ କ୍ଲିନିକ୍ ସିଲ୍

ଶିଶୁରୋଗ ବିଶେଷଜ୍ଞଙ୍କ କ୍ଲିନିକ୍ ସିଲ୍

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଶିଶୁରୋଗ_ବିଶେଷଜ୍ଞଙ୍କ_କ୍ଲିନିକ୍_ସିଲ୍     କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ଖଡିଅଙ୍ଗ ମେଡିକାଲ ରୋଡରେ ଥିବା ଜଣେ ଶିଶୁରୋଗ ବିଶେଷଜ୍ଞଙ୍କ ଘରୋଇ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏହା ସହ ସଂପୃକ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ୧୪ ଦିନିଆ ଗୃହ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଘଟଣା ମୁତାବକ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ କିଛିବର୍ଷ ପୂର୍ବେ କାର୍ଯ୍ୟ କରିଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆନନ୍ଦ ଗୋପାଳ ମହାନ୍ତିଙ୍କର ଯାଜପୁର କୁ ବଦଳି ହୋଇଥିଲା । ତେବେ ସେଠାରେ ସରକାରୀ ଚାକିରୀ କରୁଥିବା ସହ କେନ୍ଦ୍ରାପଡାରେ କ୍ଲିନିକ୍ ଖୋଲି ଦୈନବିକ ଯିବା ଆସିବା କରି ରୋଗୀ ଦେଖୁଛନ୍ତି । ଯାଜପୁର ଜିଲ୍ଲା ଅନ୍ୟତମ ସକ୍ରୀୟ କରୋନା ସଂକ୍ରମିତ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ଯାଜପୁର ଯିବା ଆସିବା କରି ରୋଗୀ ଦେଖିବା ଦ୍ୱାରା ସଂକମଣ ଆଶଙ୍କା ବୃଦ୍ଧି ପାଇଥିଲା । ଏନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ହେମଲତା ବାହାଲିଆ ମଙ୍ଗଳବାର ସଂପୃକ୍ତ କ୍ଲିନିକ୍ କୁ ସିଲ୍ କରିବା ସହ ଡାକ୍ତର ମହାନ୍ତିଙ୍କୁ ହୋମ କ୍ୱରେନଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।