ଲିମିକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜାକିର ଙ୍କୁ ସହାୟତା

ଲିମିକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜାକିର ଙ୍କୁ ସହାୟତା

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ଲିମିକା_ବୁକ_ଅଫ_ରେକର୍ଡରେ_ସ୍ଥାନ_ପାଇଥିବା_ଜାକିରଙ୍କୁ_ସହାୟତା       ପିପିଲି   ( ବିଜୟ କୁମାର ମହାପାତ୍ର )  ପିପିଲି ପୈାରାଞ୍ଚଳ ଅଧିନରେ ଥିବା ସେକ୍ ଜାକିର ନିଜର ପ୍ରତିଭା ପଦର୍ଶନକରି  ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିଲେ । ସେକ ଜାକିର ଏବେ ଶାରୀରିକ ଅସୁସ୍ଥତା ଭିତରେ ଜୀବନ ଯାପନ କରୁଛନ୍ତି । ୩ମିନିଟ ୧୬ ସେକେଣ୍ଡରେ ୨୦୦ ପଇଡ ଭାଙ୍ଗି ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ । ଜାକିର ଅସୁସ୍ଥତା ଭିତରେ ଦୁର୍ଦ୍ଦିନରେ ବଞ୍ଚୁଥିବା ବେଳେ ଏହି ଖବର ଗଣମାଧ୍ୟମ ପ୍ରସାରଣ କରାଯାଇଥିଲା । ଆଉ ଏହାପରେ ଜାକିରଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ଲକ ଯୋଗାଣ ଅଧିକାରୀ ଦିପ୍ତୀରଞ୍ଜନ ଇନ୍ଦ୍ରସିଂ  । ରାସନ କାର୍ଡ ପାଇବାକୁ ଜାକିର ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସରକାରୀ ପ୍ରକ୍ରିୟା ତୁରନ୍ତ ଶେଷ କରି ଦୁଇଦିନ ଭିତରେ ତାଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ବ୍ଲକ ଯୋଗାଣ ଅଧିକାରୀ ପ୍ରତିଶୃତି ଦେଇଛନ୍ତି । ସେକ୍ ଜାକିରଙ୍କ ଅସୁସ୍ଥତା ଖବର ପାଇ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଧର୍ମପତ୍ନୀ ତଥା ଅଧ୍ୟାପିକା ଡ.ପ୍ରତିଭା ମହାରଥୀ ଓ ପୁଅ ରୁଦ୍ରପ୍ରତାପ ମହାରଥୀ ଜାକିରଙ୍କ ପରିବାରକୁ ଭେଟିଛନ୍ତି । ଜାକିରଙ୍କ ସ୍ୱାସ୍ଥାବସ୍ଥା ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜାକିର ଙ୍କ ପରିବାର ଡ.ମହାରଥିଙ୍କ ଏହି ସହଯୋଗ ମନୋଭାବକୁ ବେଶ ପ୍ରଶଂସା କରିଛନ୍ତି।