ଲଣ୍ଡନନିବାସୀ ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି ସୁସ୍ଥ ହୋଇ ଫେରିଲେ

ଲଣ୍ଡନନିବାସୀ ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି ସୁସ୍ଥ ହୋଇ ଫେରିଲେ

ଓଡିଶା ବଡ ଖବର

#ବିଶିଷ୍ଟ_ଲେଖକ_ପ୍ରଫୁଲ୍ଲ_ମହାନ୍ତି_ସୁସ୍ଥ_ହୋଇ_ଫେରିଲେ           ବାଲିଚନ୍ଦ୍ରପୁର : ଲଣ୍ଡନରେ ରହୁଥିବା ବିଶିଷ୍ଟ ଓଡ଼ିଆ ପ୍ରବାସୀ ଚିତ୍ରଶିଳ୍ପୀ ଓ ଲେଖକ ପ୍ରଫୁଲ୍ଲ ମହାନ୍ତି ଏବେ ସୁସ୍ଥ ହୋଇ ନିଜ ବାସଭବନକୁ ଫେରିଛନ୍ତି । ବଡ଼ଚଣା ବ୍ଳକ ଅନ୍ତର୍ଗତ ନାନପୁର ଗ୍ରାମରେ ଜନ୍ମିତ ୮୭ବର୍ଷୀୟ ଏହି ଲେଖକ ଜାନୁୟାରୀ ୧୦ ତାରିଖରେ ଭାରତରେ ପହଞ୍ଚିଥିଲେ ଏବଂ ଲଣ୍ଡନନିବାସୀ ନିଜର ବନ୍ଧୁ ଡେରିକ ମୋରେଙ୍କ ଶ୍ରାଦ୍ଧୋତ୍ସବରେ ପ୍ରତିବର୍ଷ ଫେବୃୟାରୀ ୧୫ ତାରିଖରେ ନାନପୁରଠାରେ ଆୟୋଜନ କରୁଥିବା ଗ୍ରାମୀଣ କଳା, ସଂସ୍କୃତି ଓ ପରମ୍ପରାଭିତ୍ତିକ ନାନପୁର ମହୋତ୍ସବରେ ଯୋଗ ଦେଇଥିଲେ । ନାନପୁର ଓ କଟକରେ ରହିବା ସମୟରେ ସେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କରୋନା ଲକଡାଉନ କାଳରେ ତାଙ୍କର ବିମାନ ବାତିଲ ହେବାପରେ ସେ କୋଲକାତା ଦେଇ ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରେରିତ ଏକ ଚାଟର୍ଡ଼ ଫ୍ଲାଇଟରେ ଲଣ୍ଡନ ଫେରିଯାଇଥିଲେ ।

Prafulla Mohanti - Painter - Video Profile - YouTube

ସେଠାରେ ପହଞ୍ଚିବା ପରେ ଲଗାତର ୪ଦିନ ଧରି ଅସୁସ୍ଥ ହୋଇ ପଡ଼ିବା ପରେ ତାଙ୍କୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚଳିତ ମଇ ୨୬ ତାରିଖ ଦିନ ତାଙ୍କ ୨୦ ସସେକ୍ସସ୍ଥିତ ନିଜ ବାସଭବନକୁ ଫେରିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି ।
ଦୀର୍ଘ ୬୦ ବର୍ଷ ଧରି ଲଣ୍ଡନରେ ରହୁଥିଲେ ମଧ୍ୟ ପ୍ରତିବର୍ଷ ସେ ବିରୂପା ନଈକୂଳରେ ଅବସ୍ଥିତ ନିଜ ଗାଁକୁ ଆସିଥାନ୍ତି । ‘ମାଇଁ ଭିଲେଜ ମାଇଁ ଲାଇଫ୍’, ‘ଇଣ୍ଡିଆନ ଭିଲେଜ ଟେଲସ୍’, ‘ଚେଞ୍ଜିଙ୍ଗ ଭିଲେଜ ଚେଞ୍ଜିଙ୍ଗ ଲାଇଫ୍’, ‘ଥ୍ରୁ ବ୍ରାଉନ୍ ଆଇଜ୍’, ‘ଶୂନ୍ୟ’, ‘ମାଇଁ ଭିଲେଜ ମାଇଁ ଲାଇଫ୍ – ପୋଟ୍ରେଡ଼୍ ଅଫ୍ ଆନ୍ ଇଣ୍ଡିଆନ ଭିଲେଜ’ ଭଳି ଏକାଧିକ ପ୍ରସିଦ୍ଧ ପୁସ୍ତକ ଲେଖି ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ଶ୍ରୀ ମହାନ୍ତିଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ଜିଲ୍ଲା ସୂଚନା, ଲୋକସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ସାମ୍ବାଦିକ ଶୁଭେନ୍ଦୁ କୁମାର ଭୂୟାଁ, ବରିଷ୍ଠ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀ, ସଦସ୍ୟ ତଥା କବି ନିରଞ୍ଜନ ଜେନା, ଡକ୍ଟର ରବୀନ୍ଦ୍ର ବିହାରୀ ଓ ମାହାଙ୍ଗା-ବଡ଼ଚଣା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ସାମ୍ବାଦିକ ଭକ୍ତଚରଣ ସାହୁ ।