କରୋନା ଯୁଦ୍ଧରେ ମହିଳା ଯୋଦ୍ଧା ; କୁହନ୍ତି ଆମେ ହେବୁରେ ଚାମ୍ପିଅନ

ଲକ ଡାଉନ କଡାକଡି : ସାମାଜିକ ଦୂରତା ଓ ମାକ୍ସ ପରିଧାନ ଉପରେ ଗୁରୁତ୍ଵ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ
#ସାମାଜିକ_ଦୂରତା_ଓ_ମାକ୍ସ ପରିଧାନ_ଉପରେ_ଗୁରୁତ୍ଵ         ଯାଜପୁର : ଯାଜପୁର ପରିବା ମାର୍କେଟ ରେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନା କରାଯାଇଛି । ଯାଜପୁର ସହର ବାଳାଶ୍ରମ ପଡ଼ିଆ ଠାରେ ମାଛ, ମାଂସ ଓ ପରିବା ବିକ୍ରି କରାଯାଉଛି  । ଏଠାରେ ଶହ ଶହ ଲୋକମାନେ ସକାଳ ୬ଟାରୁ ୧୦ଟା ଯାଏଁ କିଣୁଥିବା ଦେଖିବାକୁ ମିଳୁଛି । ଗତ ମଙ୍ଗଳବାର ଦିନ ସଟ୍ ଡାଉନ ପରେ ଲକ ଡାଉନ କୁ ପ୍ରଶାସନ କଡାକଡି କରିଛି. ପରିବା । ମାଛ, ମାଂସ କିଣିବାକୁ ଆସୁଥିବା ଲୋକମାନଙ୍କୁ ବିନା ଗାଡି ରେ ଆସିବା କୁ ପରାମର୍ଶ ଦିଆଯାଇଛି । ଗାଡି ନେଇ ଆସିଲେ ପ୍ରଶାସନ ସେମାନଙ୍କ ଗାଡି କୁ ଉଠାଇ ନେଉଛି. ବୁଧବାର ଦିନ ଏହାର ପ୍ରଦ୍ଭାବ ଯୋଗୁଁ ପ୍ରାୟ ଲୋକମାନେ ବିନା ଗାଡିରେ ଆସି କିଣିଥିବା ଦେଖିବାକୁ ମିଳିଥିଲା । ତେବେ ୯ତାରିଖ ଠାରୁ ପ୍ରତ୍ୟେକ ଲୋକ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିବା ସହ ବିନା ମାକ୍ସ ରେ ବାହାର କୁ ବାହାରିଲେ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା ଓ ଅତିରିକ୍ତ ଜିଲ୍ଲାପାଳ ଲୋକମାନଙ୍କୁ ସାମାଜିକ ଦୂରତା ବଜାଇ ରଖିବା ସହ ମାକ୍ସ ପରିଧାନ କରିବାକୁ ସଚେତନତା କରାଇଥିଲେ ।