ଲକ ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ କୃଷି କାର୍ଯ୍ୟ ପାଇଁ କୋହଳ ହେଲା ନିୟମ

ଲକ ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ କୃଷି କାର୍ଯ୍ୟ ପାଇଁ କୋହଳ ହେଲା ନିୟମ

ଓଡିଶା ମହାନଗର ରାଜ୍ୟ

#କୃଷି_କାର୍ଯ୍ୟ_ପାଇଁ_କୋହଳ_ହେଲା_ନିୟମ        ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଏପ୍ରିଲ ୩୦ ଯାଏଁ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି  ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା କହିଛନ୍ତି।  ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଏନେଇ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଲକଡାଉନ୍ ଅବଧି ସଫଳ ହୋଇଛି । ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ।
କୃଷି ଓ ଉଦ୍ୟାନ କ୍ଷେତ୍ରରେ ସରକାର ନିଷ୍ପତ୍ତି ନେଇଛନ୍ତି । ଧାନ ବୁଣିବା ଏବଂ ଅମଳ କରିପାରିବେ ଚାଷୀ । ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ବ୍ୟବହାର ହୋଇପାରିବ ବୋଲି ଶ୍ରୀ  ଜେନା କହିଛନ୍ତି ।
ଏତଦ ବ୍ୟତିତ ସାର, କୃଷି ଯନ୍ତ୍ରପାତି ସହ ଜଡ଼ିତ ଦୋକାନ ଖୋଲା ରହିବ, ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ, କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଜାରି ରହିବ ଏବଂ ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ, ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ୍-ଟ୍ରାକ୍ଟର୍ ଚଳାଚଳ କରିପାରିବ ବୋଲି ସେ କହିଛନ୍ତି। ଚାଷୀଙ୍କୁ ଖରିଫ୍ ଲୋନ୍ ପାଇଁ ବ୍ୟାଙ୍କଗୁଡିକ ସେବା ଯୋଗାଇବେ ବୋଲି ସେ ସୂଚନା ଦେଇଛନ୍ତି।
ଠିକ୍ ସେହିପରି ଲକଡାଉନ ସମୟରେ ମତ୍ସ୍ୟ ପାଳନ ଓ ଚାଷ କାର୍ଯ୍ୟ ଚାଲୁ ରହିବ। ଅଣ୍ଡା, ମାଛ, ମାଂସ, ଦୁଗ୍ଧ ବ୍ୟବସାୟ ଜଡ଼ିତ ସମସ୍ତ କାର୍ଯ୍ୟ ଚାଲୁ ରହିବା ସହିତ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ କାମ ଚାଲୁ ରହିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍  ପ୍ରଦୀପ ଜେନା। ଲୋକଙ୍କ ପ୍ରସ୍ତାବକୁ ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ଠିକ୍ ସେହିପରି ଲକଡାଉନ୍ ସମୟରେ ଢାବା ଓ ରେଷ୍ଟୁରାଣ୍ଟ ଚାଲୁ ରହିବ। ଲୋକେ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରୁ ଖାଦ୍ୟ ମଗାଇପାରିବେ, ହେଲେ ସେଠି ବସି ଖାଇପାରିବେ ନାହିଁ ସବୁଠି ସାମାଜିକ ଦୂରତା ରକ୍ଷା କରାଯିବ ଓ ଏଥିରେ ବୁଝାମଣା କରାଯିବ ନାହିଁ ବୋଲି ସେ କହିଛନ୍ତି।