ଲକ୍ ଡାଉନ୍ ଉଲ୍ଲଂଘନ : ୧୫୦୦ ମାମଲା ରୁଜୁ , ୧୪୦୦ ଗିରଫ : ଡିଜିପି

ଲକ୍ ଡାଉନ୍ ଉଲ୍ଲଂଘନ : ୧୫୦୦ ମାମଲା ରୁଜୁ , ୧୪୦୦ ଗିରଫ : ଡିଜିପି

ଓଡିଶା ବଡ ଖବର

#ଲକ୍_ଡାଉନ୍_ଉଲ୍ଲଂଘନ_୧୪୦୦_ଗିରଫ           ଭୁବନେଶ୍ୱର   :   କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରୀ କରାଯାଇଛି । ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତି ମାନଙ୍କୁ କ୍ୱାରେଂଟାଇନ୍ ରେ ରହିବାକୁ କୁହାଯାଇଛି । କ୍ୱାରେଂଟାଇନ୍ ପାଳନ ନକଲେ କେସ୍ କରାଯାଉଛି । ଏଭଳି ଭାବେ ୬୧ ଟା କେସ୍ କରାଯାଇଛି । ସେହିପରି ଲକ୍ ଡାଉନ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ପାଇଁ ୧୫୦୦ରୁ ଉଦ୍ଧ୍ୱର୍ କେସ୍ ରୁଜୁ କରାଯାଇଛି ଏବଂ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ୍ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି ।

ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୯ ମାର୍ଚ୍ଚରୁ ୩୦ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ ୨୨୪ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରେ ୩ଟି ମାମଲା ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ଅଭିଯୋଗରେ ଦାୟର ହୋଇଛି ।
ଓଡିଶାରେ ଲକ୍ ଡାଉନ୍ ପାଇଁ ରାଜ୍ୟର ପ୍ରତି ଥାନାକୁ ସୁଦୃଢ କରାଯାଇଛି । ଏହି ସମୟ ପାଇଁ ୭୦୦ ଜଣ ଅଧିକ ସବ୍ ଇନସ୍ପେକ୍ଟର ଙ୍କୁ ନିୟୋଜିତ କରାଯାଇଛି । ସେହିପରି ପ୍ରାୟ ୧୬୨ ପ୍ଲାଟୁନ୍ ପୋଲିସ୍ ଲକ୍ ଡାଉନ୍ ଏନଫୋର୍ସମେଂଟ ରେ ନିୟୋଜିତ ଅଛନ୍ତି । ୧୦୦୦ରୁ ଅଧିକ ଗାଡି ଏହି କାର୍ଯ୍ୟରେ ଲାଗିଛନ୍ତି । ପୋଲିସ୍ କର୍ମଚାରୀଙ୍କୁ ଜନସାଧାରଣଙ୍କ ପ୍ରତି ଭଲ ବ୍ୟବହାର କରିବାକୁ କୁହାଯାଇଛି ।

ପୋଲିସ୍ ସହ ସହଯୋଗ କରିବାକୁ ଡିଜିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଭୟଭୀତ ହୁଅନ୍ତୁ ନାହିଁ । ଖାଦ୍ୟ ଯୋଗାଣ ସୁରୁଖୁରୁରେ ଚାଲିଛି । ଅତ୍ୟାବଶ୍ୟକ ସାମଗ୍ରରୀ ଯୋଗାଣରେ କୌଣସି ଅସୁବିଧା ନାହିଁ । ତେଣୁ ବାରମ୍ବାର ବାହାରକୁ ନଆସି ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି କୌଣସି ଅସୁବିଧା ଅଭିଯୋଗ କରିବାର ଥିଲେ ପୋଲିସ୍ ନିକଟକୁ ଫୋନ୍ କରି ଅଭିଯୋଗ ଜଣାନ୍ତୁ । ତାର ସମାଧାନ କରାଯିବ ବୋଲି ଡିଜିପି କହିଛନ୍ତି ।