ହୋମ୍ କ୍ୱାରାଣ୍ଟାଇନରେ ୯ କେରଳ ଫେରାନ୍ତା

ହୋମ୍ କ୍ୱାରାଣ୍ଟାଇନରେ ୯ କେରଳ ଫେରାନ୍ତା

ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ ରାୟଗଡା

#ହୋମ୍_କ୍ୱାରାଣ୍ଟାଇନରେ_୯_କେରଳ_ଫେରାନ୍ତା      ରାୟଗଡ଼ା :  (ଗୁରୁ ପ୍ରସାଦ ସାହୁ) ରାୟଗଡ଼ାର ଏକ ହୋଟେଲରେ ଥିବା ୯ କେରଳ ଫେରାନ୍ତଙ୍କୁ ହୋମ୍ କ୍ବାରାଣ୍ଟାଇନରେ ରଖିଛି ସ୍ବାସ୍ଥ୍ୟ ବିଭାଗ। ଆସନ୍ତାକାଲି ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଧାନବାଦ-ଆଲେପି ଟ୍ରେନରେ  ଏମାନେ ଫେରିବା ପରେ ଏକ ହୋଟେଲରେ ରହିଥିଲେ ।

କେରଳରେ ବିଭିନ୍ନ ହୋଟେଲରେ କାମ କରୁଥିବା କାଶୀପୁର ଅଞ୍ଚଳର ୯ ଯୁବକ ବୁଧବାର ଟ୍ରେନରେ ଆସି ରାୟଗଡ଼ାରେ ପହଞ୍ଚିବା ପରେ ଏକ ଘରୋଇ ହୋଟେଲରେ ରହିଥିଲେ। ରାତି ୭ଟାରେ  କୌଣସି ସୂତ୍ରରୁ ଖବର ପାଇ ରାତି ସାଢ଼େ ୯ଟାରେ ପୁଲିସ୍-ପ୍ରଶାସନ-ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସମସ୍ତ ଯୁବକ କେରଳରୁ ଆସିଥିବା ଜଣା ପଡିଥିଲା। ପ୍ରାଥମିକତା ଭିତ୍ତିରେ ସମସ୍ତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିବା ଜଣା ପଡିଛି। ତଥାପି ଆସନ୍ତାକାଲି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଯୁବକମାନେ ଥିବା ହୋଟେଲ‌ରୁ ନ ବାହାରିବାକୁ ନିର୍ଦେଶ ହୋଇଥିବା ବେଳେ ବାହାରେ ପୁଲିସ୍ ମୁତୟନ ହୋଇଛି।

ସହରର ସମସ୍ତ ହୋଟେଲରେ  ରାତିରେ ଚଢ଼ଉ କରି ଆଗନ୍ତୁକଙ୍କ ସଂପର୍କରେ ଛାନଭିନ୍ କରିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ନିର୍ଦେଶ ଦେଇଛନ୍ତି। ସମସ୍ତ ହୋଟେଲ୍ କର୍ତୃପକ୍ଷଙ୍କ  ସବିଶେଷ ତଥ୍ୟ ଦେବାକୁ ପୁଲିସ୍ ପ୍ରଶାସନ ନିର୍ଦେଶ ଦେଇଛି। ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରାଙ୍କ ନେତୃତ୍ବରେ ଡା. ଭି. ଏଲ୍. ଏନ୍. ରାଜୁ ମହାମାରୀ ବିଶେଷଜ୍ଞ ଡା. କଲ୍ଲୋଳ ଦାଶ, ସହକାରୀ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ସାହୁଙ୍କ ସମେତ ଟାଉନ୍ ଥାନା ପୁଲିସ୍ ଚଢ଼ଉରେ ସାମିଲ୍ ହୋଇଥିଲା।