ରାୟଗଡା ପୋଲିସର ସଫଳତା : ୧୧୭୦ କିଲୋ ଗଞ୍ଜେଇ ୭ ମୋବାଇଲ ଓ ୯ବାଇକ ଜବତ

ରାୟଗଡା ପୋଲିସର ସଫଳତା : ୧୧୭୦ କିଲୋ ଗଞ୍ଜେଇ ୭ ମୋବାଇଲ ଓ ୯ବାଇକ ଜବତ

ଓଡିଶା ଜିଲ୍ଲା ରାୟଗଡା

#୧୧୭୦_କିଲୋ_ଗଞ୍ଜେଇ_୭_ମୋବାଇଲ_ଓ_୯_ବାଇକ_ଜବତ             ରାୟଗଡା/ପଦ୍ମପୁର : ରବିବାର ଦିନ ଗୁଡାରି ଥାନାର ଏସ.ଆଇ ପୁରୁଷୋତ୍ତମ ଜାନୀ ଥାନାର ଅନ୍ୟ କର୍ମଚାରୀ ମାନଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ ଗୁଡାରି ଥାନା ଅଧିନସ୍ଥ ଖାରିଗୁଡାର ଏକ ଭାଲିଆ ତୋଟାରେ କିଛି ବ୍ୟକ୍ତି ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ଖବର ପାଇଥିଲେ ।ସଙ୍ଗେ ସଙ୍ଗେ ପୋଲିସ ଭାଲିଆ ତୋଟାରେ ଚଢ଼ାଉ କରିବା ସମୟରେ ତେର ଜଣବ୍ୟକ୍ତି ପଲିଥିନ ବ୍ୟାଗରେ ଗଞ୍ଜେଇ ଭରି କରୁଥିବା ଦେଖିବାକୁ ପାଇଥିଲେ । ପୋଲିସକୁ ଦେଖିବା ମାତ୍ରେ ଏହି ବ୍ୟକ୍ତି ମାନେ ଦୌଡ଼ି ପଳାଇ ଯାଉଥିବା ସମୟରେ ଏମାନଙ୍କ ମଧ୍ୟରୁ ସମୀର ମାଝି ନାମକ ଜଣେ ବ୍ୟକ୍ତିକୁ ପୋଲିସ କାବୁ କରିଛି । ଅନ୍ୟ ରାଜ୍ୟରୁ ଆସୁଥିବା ଗଞ୍ଜେଇ ବ୍ୟବସାୟୀ ଙ୍କୁ ବିକ୍ରି କରିବା ନିମନ୍ତେ ସେମାନେ ସମସ୍ତେ ମିଶି ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ଏବଂ ଏହା ଲକଡାଉନ ଉଠିବା ପରେ ବିକ୍ରି କରିବା ପାଇଁ ଯୋଜନା କରିଥିବା ପୋଲିସ କାବୁକରିଥିବା ସମୀର ମାଝୀ ପ୍ରକାଶ କରିଛି ।ପୋଲିସ ଘଟଣା ସ୍ଥଳରୁ ୧୩ ଟି ବ୍ୟାଗରେ ଭରି ରହିଥିବା ୧୧୭୦ କିଲୋ ଗଞ୍ଜାଇ ସହ ୯ ଟି ମୋଟର ସାଇକେଲ, ଓଜନ ନିମନ୍ତେ ବ୍ୟବହାର କରୁଥିବା ଡିଜିଟାଲ ଓଜନ ମାପ ଯନ୍ତ୍ର ଏବଂ ବିଭିନ୍ନ ବ୍ୟାଙ୍କର ୭ ଗୋଟି ଏ ଟି ଏମ କାର୍ଡ ଜବତ କରିଛି।  ଫେରାର ଆସାମୀ ମାନଙ୍କୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଶ୍ରବଣ ବିବେକ କୁମାର ସୂଚନା ଦେଇଛନ୍ତି । ଗୁଡାରି ଥାନା ଅଧିନସ୍ଥ ସର୍ଗିଗୁଡା ଗ୍ରାମର ହେନାରୁ ମାଝୀଙ୍କ ପୁତ୍ର ସମୀର ମାଝି ଏବଂ ଅନ୍ୟ ବାରଜଣ ଙ୍କ ନାମରେ ଗୁଡାରି ଥାନା କେସ ନଂ ୩୮ ରେ କେସ ରୁଜୁ କରାଯାଇ ଗଞ୍ଜେଇ ନିରୋଧକ ଆଇନ ଧାରା ୨୦ (ଖ) ର ୨ ଏବଂ (ଗ) କ୍ରମେ କେସ ଦାୟର କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।କେସର ତଦନ୍ତ ଚାଲିଛି । ବିଭାଗ ପକ୍ଷରୁ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ  ରାଜ କିଶୋର ଦାସ , ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ  ରଶ୍ମି ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧ କୋଟି ହେବ ବୋଲି ଆକଳନ କରାଯାଇଛି ।