ରାୟଗଡା ଜିଲ୍ଳାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଅନୁଧ୍ୟାନ

ରାୟଗଡା ଜିଲ୍ଳାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଅନୁଧ୍ୟାନ  

ଓଡିଶା ଜିଲ୍ଲା ରାୟଗଡା

#ଜିଲ୍ଳାପାଳଙ୍କ_ବିଭିନ୍ନ_ଉନ୍ନୟନ_ମୂଳକ_ପ୍ରକଳ୍ପ_ଓ_କୋଭିଡ_ସ୍ବାସ୍ଥ୍ୟ_କେନ୍ଦ୍ର_ଅନୁଧ୍ୟାନ          ରାୟଗଡ଼ା   :  ରାୟଗଡ଼ା ଜିଲ୍ଳାପାଳ  ପ୍ରମୋଦ କୁମାର ବେହେରା ଜିଲ୍ଲାରେ  ମହାମାରୀ କରୋନା ର ଦୃଢ଼ ମୁକାବିଲା କରିବା ସହ ଜିଲ୍ଲା ବାସୀ ତଥା ଚାଷୀ କିପରି ଆତ୍ମ ନିର୍ଭରଶୀଳ ହୋଇ ନିଜ ଜୀବିକା ଅର୍ଜନ କରିବେ ସେଥି ପ୍ରତି  ସଦା ସର୍ବଦା ତତ୍ପରତା ଦେଖାଇ ଆସିଛନ୍ତି । ମଙ୍ଗଳବାର ଜିଲ୍ଲାପାଳ ରାୟଗଡ଼ା ଜିଲ୍ଲାର ରାୟଗଡା ବ୍ଲକ ଓ କୋଲନାରା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସ୍ଥାନୀୟ ଦେବଦଳା ଗ୍ରାମରେ ଥିବା ଆଦର୍ଶ ଚାଷୀଙ୍କ ଡାଏରୀ ଫାର୍ମ ଓ ନରେଗା ଯୋଜନରେ ନିର୍ମିତ ଗୁହାଳ ବୁଲି ଦେଖିଥିଲେ ଓ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ । ସେହିପରି କୋଲନରା ବ୍ଲକର ମୁକୁନ୍ଦପୁର ଗ୍ରାମରେ  ଚାଷୀ  ରବୀନ୍ଦ୍ର ନାଥ ନାୟକଙ୍କ  ମିଶ୍ରିତ କୃଷି ଫାର୍ମ ପରିଦର୍ଶନ କରିଥିଲେ । ସେଠାରେ ଉଭୟ ମାଛ ଚାଷ,ବତକ ପାଳନ , ଗୋପାଳନ  ସାଙ୍ଗକୁ ଉଦ୍ୟାନ କୃଷି କାର୍ଯ୍ୟ କରାଯାଉଥିବା ଦେଖିଥିଲେ । ଜିଲ୍ଳାପାଳ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି  ଆଗକୁ ଆହୁରି ଭଲ ଭାବରେ  କରିବାକୁ ପରାମର୍ଶ ଦେଇଥିଲେ । ଚାଷ ସମ୍ବନ୍ଧୀୟ ଚାଷୀଙ୍କ  ସହିତ ଆଲୋଚନା ବେଳେ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ସମସ୍ୟା କଥା ଚାଷୀଙ୍କଠାରୁ ଜାଣିଲା ପରେ  ବିପଣନ ପାଇଁ ଓରମାସ  ଓ ଉଦ୍ୟାନ ବିଭାଗ ଦ୍ବାରା କରାଯିବାକୁ  ବିଭଗୀୟ ଅଧିକାରୀ ମାନଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସ୍ଥାନୀୟ ଜେକେପୁର ଠାରେ ପରିଚାଲିତ କୋଭିଡ଼ି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ  ସେଠାରେ କାର୍ଯ୍ୟରତ ଚିକିତ୍ସା ଅଧିକାରୀ, ସ୍ବାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିବାସହ କାର୍ଯ୍ୟ କାରୀ ସଂସ୍ଥା ଓ ଯନ୍ତ୍ରୀମାନଙ୍କ ସହିତ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ  ଆଲୋଚନା କରିଥିଲେ ଓ ଶୀଘ୍ର କାମ ସମ୍ପୂର୍ଣ କରିବାକୁ କହିଥିଲେ ।