ରାୟଗଡ଼ାରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା

ରାୟଗଡ଼ାରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୪କରୋନା ଆକ୍ରାନ୍ତ

ଓଡିଶା ଜିଲ୍ଲା ରାୟଗଡା

#ରାୟଗଡ଼ାରେ_ସ୍ବାସ୍ଥ୍ୟକର୍ମୀଙ୍କ_ସମେତ_୪_କରୋନା              ରାୟଗଡ଼ା  : ( ଗୁରୁ ପ୍ରସାଦ ସାହୁ ) ରାଜ୍ୟରେ ଶେଷରେ କରୋନା ସଂକ୍ରମିତଙ୍କ ତାଲିକାରେ ସାମିଲ ହୋଇଥିବା ରାୟଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କ୍ରମରେ  ଜିଲ୍ଲାରେ ଆଉ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।  ୩ ଜଣ ଜିଲ୍ଲାର ପ୍ରଥମ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଯୁବତୀ ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଷ ରହିଛନ୍ତି। ଏହି ୩ ଆକ୍ରାନ୍ତଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କାଶୀପୁର ଏବଂ କୋଲନରା ସେବାଶ୍ରମ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ସେମାନେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବୁଧବାର ଜିହ୍ନଟ ହୋଇଥିବା ଅନ୍ୟ ଆକ୍ରାନ୍ତ ଜଣକ ୩୪ ବର୍ଷୀୟା ସ୍ବାସ୍ଥ୍ୟକର୍ମୀ ବୋଲି ଜଣାପଡ଼ିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକ ସହ ମିନି ମେଡିକାଲ କଲୋନୀ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଗଜପତି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।