ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ୱାମୀ_ସ୍ତ୍ରୀଙ୍କୁ ହାଣିଲେ

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ୱାମୀ_ସ୍ତ୍ରୀଙ୍କୁ ହାଣିଲେ

ଓଡିଶା ଜିଲ୍ଲା ବଡ ଖବର ମୟୂରଭଞ୍ଜ

#ରାସ୍ତାରେ_ଗୋଡ଼ାଇ_ଗୋଡ଼ାଇ_ସ୍ୱାମୀ_ସ୍ତ୍ରୀଙ୍କୁ_ହାଣିଲେ              ବାରିପଦା   :  କରୋନା ମହାମାରୀକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ମାର୍ଚ୍ଚ ୨୪ରୁ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପଲ୍ଲୀରୁ ସହର ସବୁଠି ଚକ୍କର କାଟୁଛି ପୁଲିସ । ସମୟ ସହିତ ତାଳ ଦେଇ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ମେ ୧୧ବିଳମ୍ବିତ ରାତିରେ ଶରତ ଥାନା ଅନ୍ତର୍ଗତ କଟୁରିଆ ୱାର୍ଡ଼ ନମ୍ବର ୧୧, ହୁଡ଼ୁସାହିର ଦିବ୍ୟାଙ୍ଗ ଯୁବକ ଶିବାନ୍ ମାଝି(୨୫) ନିଜର ବଡ଼ ଭାଇଙ୍କ ତୀରମାଡ଼ରେ ଗୁରୁତ୍ତର ଆହତ ହୋଇଥିବା ବେଳେ ୧୨ ତାରିଖରେ ବାରିପଦା ସହରରେ ଅନୁସୂଚିତ ଜାତିର ଏକ ୧୫ ବର୍ଷୀୟା ନାବାଳିକା ଝିଅ ଗଣଦୁଷ୍କର୍ମର ଶିକାର ପାଲଟି ଥିଲେ ।

ସେହିପରି ମେ ୧୩ ତାରିଖ ଦ୍ୱିପ୍ରହର ସମୟରେ ରରୁଆଁ ଥାନା ଅନ୍ତର୍ଗତ କାଶିଆ ଗ୍ରାମରେ ଗ୍ରାମ ଭିତରେ ରାସ୍ତା ଉପରେ କରୁଣାକର ନାଏକ(ଠେଲୁ), ଶ୍ରୀକାନ୍ତ ନାଏକ(ଜେଣ୍ଡ) ଓ ମିଶ୍ର ନାଏକ(କଲୁ) ପ୍ରମୁଖ ତିନି ଭାଇ ମିଶି ଗ୍ରାମ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଉକ୍ତ ଗ୍ରାମର ଅନାମ ନାଏକ ଓ ତାଙ୍କ ସ୍ତ୍ରୀ ବିଟି ନାଏକଙ୍କୁ କୋଦାଳରେ ଆକ୍ରମଣ କରିଥିଲେ । ଏଥିରେ ଅନାମ ନାଏକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ବିଟି ନାଏକ ଗୁରୁତ୍ତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ରରୁଆଁ ଥାନା ଅଧିକାରିଣୀ ଦିବ୍ୟକାନ୍ତି ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ଅପରାଧ ଘଟାଇବା ପରେ ଚାହିଁଥିଲେ ଫେରାର ହୋଇଯାଇ ପାରିଥାନ୍ତେ; ମାତ୍ର ଏହା ନ କରି ମୁଖ୍ୟ ଅଭିଯୁକ୍ତ କରୁଣାକର ନାଏକ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଭାଇଙ୍କ ସହିତ ସିଙ୍ଗଡ଼ା ଫାଣ୍ଡିରେ ପହଞ୍ଚି ଆତ୍ମ ସମର୍ପଣ କରିଛନ୍ତି । କାଶିଆ ଗ୍ରାମର ୱାର୍ଡ଼ ମେମ୍ବର ପଟେଲ ବାନାରା ଅଭିଯୁକ୍ତମାନେ ଜଙ୍ଗଲରୁ କାଠ ଚୋରୀ କରୁଥିବା ବେଳେ ଅନାମ ନାଏକ ଦେଖି ବନ ବିଭାଗକୁ ଜଣାଇ ଦେବେ ବୋଲି କହିଥିଲା । ଏହି ରାଗରେ ଅନାମକୁ ଆକ୍ରମଣ କରିଛନ୍ତି ବୋଲି କହିଛନ୍ତି । ତେବେ ଜିଲ୍ଲାରେ ଏହି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଯାଇଛି ।