ରାସନ କାର୍ଡ ଆବେଦନ କାରୀଙ୍କୁ ମିଳୁନି କୈାଣସି ସହାୟତା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ରାସନ_କାର୍ଡ_ଆବେଦନ_କାରୀଙ୍କୁ_ମିଳୁନି_କୈାଣସି_ସହାୟତା         କେନ୍ଦ୍ରାପଡା  :  ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ରାସନ କାର୍ଡ ଜରିଆରେ ଚାଉଳ, ଗହମ ପ୍ରଭୃତି ହିତାଧିକାରୀ ମାନଙ୍କୁ ମିଳୁଥିବା ବେଳେ କାର୍ଡ ପାଇନଥିବା ଅନେକ ଯୋଗ୍ୟ ହିତାଧିକାରୀ ଙ୍କୁ କୈାଣସି ଖାଦ୍ୟ ସାମଗ୍ରୀ ମିଳୁନଥିବା ଅଭିଯୋଗ ହୋଇଛି । ପୈାରାଞ୍ଚଳରେ ଥିବା ଏଭଳି ଅନେକ ପରିବାର ଭୋକ ଉପାସରେ ଦିନ କାଟୁଥିବା ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେଉଥିବା ଦେଖିବାକୁ
ମିଳୁଛି । ରାଜ୍ୟ ସରକାର ରାସନ କାର୍ଡ ଜରିଆରେ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ମାତ୍ର ଯେଉଁ ଯୋଗ୍ୟ ହିତାଧିକାରୀ ମାନେ କାର୍ଡ ପାଇଁ ଅବେଦନ କରିଥିଲେ ସେମାନଙ୍କ ବିଷୟରେ ପୈାରସଂସ୍ଥା ପକ୍ଷରୁ ସର୍ଭେ କରାଯାଇ ଉପଯୁକ୍ତ ଆବେଦନ କାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ଥିଲା । ମାତ୍ର ଯୋଗାଣ ବିଭାଗର ସାଇଟ ବନ୍ଦ ଥିବା କାରଣରୁ ଏହି ଆବେଦନ କାରୀମାନେ ଦୀର୍ଘ ୨ ବର୍ଷ ହେଲା କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ସମସ୍ତ ସୁବିଧା କାର୍ଡଧାରୀ ମାନଙ୍କୁ
ମିଳୁଥିବା ବେଳେ ବ୍ୟବସ୍ଥା କାରଣରୁ କାର୍ଡ ପାଇନଥିବା ପୈାରାଞ୍ଚଳର ଏଭଳି ଅନେକ ଅସହାୟ ପରିବାର ଙ୍କୁ ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ମିଳୁ ନଥିବା ଜଣା ପଡିଛି । ଏହି ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ତୁରନ୍ତ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବର୍ତ୍ତମାନର କଟକଣାରେ ଫସିଥିବା ଏହି ପରିବାର ମାନେ ଉପକୃତ ହୋଇ ପାରିବେ । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।